ETV Bharat / state

କନ୍ଧମାଳ ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ, ଦୁର୍ଗମ ଅଞ୍ଚଳରେ ଶିକ୍ଷକ ଅଭାବ ପୂରଣ ପାଇଁ ଦେଲେ ପ୍ରତିଶ୍ରୁତି

author img

By

Published : Feb 22, 2023, 9:44 AM IST

କନ୍ଧମାଳ ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ
କନ୍ଧମାଳ ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ

ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଦୁର୍ଗମ ଅଞ୍ଚଳରେ ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ପୂରଣ କରାଯିବା ନେଇ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

କନ୍ଧମାଳ ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ

ଫୁଲବାଣୀ: ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିଦ୍ୟାଳୟର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ସମସ୍ତ ଶିକ୍ଷା ବିଭାଗ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଶିକ୍ଷକମାନଙ୍କ ପେନସନ, ବିଭାଗରେ ଥିବା କୋର୍ଟ ମାମଲା, ମଧ୍ୟାହ୍ନ ଭୋଜନ, ପିଲାମାନଙ୍କ ଡ୍ରେସ, ସାଇକେଲ, ପରୀକ୍ଷା, ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଇତ୍ୟାଦି ବାବଦରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଏଥି ସହ କିଛି ବିଦ୍ୟାଳୟକୁ ଯାଇ ପିଲାମାନଙ୍କ ପାଠପଢ଼ା ସମ୍ପର୍କରେ ଅବଗତ ହେବା ସହ ଭିତ୍ତିଭୂମି ପରଖି ଥିଲେ ।

ସେହିପରି ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ପରୀକ୍ଷା, ମାର୍ଚ୍ଚ ମାସରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା, ଆଦର୍ଶ ବିଦ୍ୟାଳୟ କୋଠା ଓ ହଷ୍ଟେଲର ଭିତ୍ତିଭୂମି, ଶିକ୍ଷକଙ୍କ ଅଭାବ ପୂରଣ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହାପରେ ଫୁଲବାଣୀ ସ୍ଥିତ ଏ.ଜେ.ଓ ଉଚ୍ଚ ବିଦ୍ୟାଳୟକୁ ଯାଇ ଶ୍ରେଣୀଗୃହ ବୁଲିବା ସହ ଭର୍ଚୁଆଲ୍ ରିଆଲିଟି ଲ୍ୟାବ୍‌କୁ ଉଦଘାଟନ କରିଥିଲେ । ଏହି ଲ୍ୟାବ ମାଧ୍ୟମରେ ଛାତ୍ରୀଛାତ୍ର କୌଣସି ବିଷୟବସ୍ତୁକୁ ଭଲ ଭାବେ ଦେଖି ଅତି ସହଜରେ ବୁଝି ପାରିବେ । ଏହାଦ୍ୱାରା ପିଲାମାନଙ୍କ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଥିଲେ ।

ଏହାମଧ୍ୟ ପଢନ୍ତୁ: ଯୁବପିଢ଼ିଙ୍କ ଭବିଷ୍ୟତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ହାତରେ: ମୁଖ୍ୟମନ୍ତ୍ରୀ

ଆଗାମୀ ଦିନରେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ମାନଙ୍କରେ ରହିଥିବା ଶିକ୍ଷକ ଏବଂ ଶ୍ରେଣୀଗୃହ ଅଭାବ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାପରେ ମନ୍ତ୍ରୀ ପିରିକୁଡି ବିଦ୍ୟାଳୟ, ଦୂତୀପଡା ବିଦ୍ୟାଳୟ ଗସ୍ତ କରି ପିଲାମାନଙ୍କ ସହ ଭାବ ଆଦାନ ପ୍ରଦାନ କରି ଭୁବନେଶ୍ୱର ଫେରି ଯାଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର, ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ, ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲମାନେ ସାମିଲ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଗୋବର ଗଦାରେ ଫସିଲେ କୁଖ୍ୟାତ ଅପରାଧୀ, କମିଶନରେଟ ପୋଲିସ ହାତରେ ୨ ଅଭିଯୁକ୍ତ

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.