ETV Bharat / state

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସିଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ

author img

By ETV Bharat Odisha Team

Published : Nov 22, 2023, 12:01 PM IST

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସିଡିଏମ୍‌ଓଙ୍କୁ ଭେଟିଲେ ମିଳିତ ନାଗରିକ କମିଟି ପ୍ରତିନିଧି ମଣ୍ଡଳ । ସମସ୍ୟାର ସମାଧାନ କରିବାକୁ ଦାବି । ଅଧିକ ପଢ଼ନ୍ତୁ

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

କନ୍ଧମାଳ: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ଆବଶ୍ୟକ ପରିମାଣର ଡାକ୍ତର । ମୁଖ୍ୟ ଚିକିତ୍ସାଳୟରେ ୬୦ଭାଗ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ୮୦ପ୍ରତିଶତ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଯେଉଁଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାର 8 ଲକ୍ଷ ଲୋକ । ସାମାନ୍ୟ ରୋଗ ପାଇଁ ବି ବ୍ରହ୍ମପୁର ହସ୍ପିଟାଲକୁ ରେଫର କରାଯାଉଛି । ଏଭଳି ତମାମ ଅଭିଯୋଗ ଆଣି ସିଡିଏମଓଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ମିଳିତ ନାଗରିକ କମିଟି ପ୍ରତିନିଧି ମଣ୍ଡଳ ।


କନ୍ଧମାଳ ଜିଲ୍ଲାର ଆଠ ଲକ୍ଷ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାଆନ୍ତି । ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିବାକୁ ମିଳିଛି । ମୁଖ୍ୟ ଚିକିତ୍ସାଳୟରେ ୬୦ଭାଗ ଡାକ୍ତର ପଦବୀ ଓ ୮୦ପ୍ରତିଶତ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ସାମାନ୍ୟ ରୋଗ ହେଲେ ବି ବ୍ରହ୍ମପୁର ରେଫର କରାଯାଉଛି । ଅପରାହ୍ନ ସମୟରେ ଓପିଡି ଖୋଲାଯାଉ ନଥିବା ବେଳେ କେବଳ କାଜୁଆଲିଟି ଖୋଲି ଜିଲାବାସୀଙ୍କୁ ଭୂଆଁ ବୁଲାଯାଉଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ..ଭିସୁଟ ଛାତ୍ରଛାତ୍ରୀଙ୍କୁ ମହାମହିମଙ୍କ ମନ୍ତ୍ର; ଝଡଝଞ୍ଜାକୁ ପାର କର ଭଲ କାମ କରିବାକୁ ଅମାନିଆ ହୁଅ

ଆଉମଧ୍ୟ ପୁରୁଣା କୋଠା ଛାତରୁ ପାଣି ଗଳୁଥିବା ବେଳେ ଭିତର ମରାମତି କରାଯାଇନାହିଁ । ଆବଶ୍ୟକ ଥିବା କାମ ନକରି ଅନାବଶ୍ୟକ ସ୍ଥାୟୀ କାମ ନକରି କେବଳ ଅର୍ଥ ବରବାଦ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଡାକ୍ତରମାନେ ଅଧିକ ଦିନ ଛୁଟିରେ ରହୁଥିବା ବେଳେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ନିଯୁକ୍ତିରେ ବ୍ୟାପକ ଶୋଷଣ କରାଯାଉଥିବା ଅଭିଯୋଗ ଆଣିଛି ମିଳିତ ନାଗରିକ କମିଟି ପ୍ରତିନିଧି ମଣ୍ଡଳ ।

ଏନେଇ ସିଡିଏମଓଙ୍କୁ ଭେଟିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଛି କମିଟି । କଟକ ଭୁବନେଶ୍ୱରକୁ ଗୁରୁତର ରୋଗୀଙ୍କୁ ସିଧାସଳଖ ରେଫର ପାଇଁ ବ୍ୟବସ୍ଥା କରାଯାଉ, ମୁଖ୍ୟ ଚିକିତ୍ସାଳୟରେ ଅଧିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉ, ବାହାର ରୋଗୀଙ୍କ ପାଇଁ ପରିମଳ ବ୍ୟବସ୍ଥା ଓ ଜରୁରୀ ପରିସ୍ଥିତିରେ ଅପରାହ୍ନ ସମୟରେ ପାଥୋଲୋଜି ସେବା ଯୋଗାଇ ଦେବା ସହ ପଞିକୃତ ରୋଗୀକୁ ୱାର୍ଡରେ ତୁରନ୍ତ ସେବା ଯୋଗାଇ ଦେବାକୁ ଦାବି କରାଯାଇଛି ।

ଏହି ଅବସରରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ବିଜୟ କୁମାର ପଣ୍ଡା ଓ ହସ୍ପିଟାଲ୍‌ ମ୍ୟାନେଜର ଶ୍ୟାମ ସୁନ୍ଦର ନାୟକ ଉପସ୍ଥିତ ଥିଲେ । ମିଳିତ ନାଗରିକ କମିଟିର ସଭାପତି ଅରୁପ ଜେନାଙ୍କ ସହ ଆବାହକ ଅଶୋକ ପରିଡ଼ା, ବ୍ରଜ ପଟ୍ଟନାୟକ ଭିକାରୀ ପାଣିଗ୍ରାହୀ, ପ୍ରମୋଦ ସାହୁ, ମଧୁସୂଦନ ସାହୁ ପ୍ରମୁଖ ସିଡିଏମଓଙ୍କ ସହ ଆଲୋଚନା କରିଥିଲେ । ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନେବାକୁ ସିଡିଏମଓ ନାଗରିକ କମିଟି ପ୍ରତିନିଧି ମଣ୍ଡଳକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.