ETV Bharat / state

ବ୍ରାହ୍ମଣପାଦ ପଞ୍ଚାୟତରେ ହାତୀ ଉପଦ୍ରବ, ଉଜୁଡ଼ି ଗଲା ସୁନାର ଫସଲ

author img

By ETV Bharat Odisha Team

Published : Dec 4, 2023, 1:04 PM IST

Updated : Dec 4, 2023, 1:42 PM IST

elephant terror
elephant terror

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତରେ ହାତୀ ଉପଦ୍ରବ । ଧାନ ଅମଳ ସମୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ଚିନ୍ତାରେ ଚାଷୀକୁଳ । ଅଧିକ ପଢ଼ନ୍ତୁ

ହାତୀ ଉପଦ୍ରବ

ଫୁଲବାଣୀ: ଥମୁନି ହାତୀ ଉପଦ୍ରବ । ଏକର ଏକର ଧାନ ଫସଲ ଖାଇଯାଉଛନ୍ତି ହାତୀପଲ । ଉଜୁଡ଼ି ଯାଉଛି ଚାଷୀଙ୍କ ସୁନାର ଫସଲ । ଅମଳ ସମୟରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାରୁ ମୁଣ୍ଡରେ ହାତ ଦେଲେଣି ଚାଷୀକୂଳ । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଦେଖାଦେଇଛି । ତେବେ ଏନେଇ ବାରମ୍ବାର ବନ ବିଭାଗକୁ ସୂଚନା ଦେବା ସତ୍ତ୍ବେ ହାତୀପଲ ଘଉଡାଇବା ନେଇ ବନ ବିଭାଗ ତତ୍ପରତା ଦେଖାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାର ବ୍ରାହ୍ମଣପାଦ ପଞ୍ଚାୟତରେ ସାନ ବଡ଼ ହୋଇ 17 ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏହି ହାତୀପଲ ଅଞ୍ଚଳର ପ୍ରାୟ 15ରୁ 20 ଏକର ଜମିରେ ଧାନ ଫସଲ ନଷ୍ଟ କରିଥିବା ବେଳେ ହାତୀ ଉପଦ୍ରବକୁ ନେଇ ଆତଙ୍କିତ ଗ୍ରାମବାସୀ । ତେବେ ଗତ ଗୁରୁବାର ରାତି ହାତୀପଲର ଶବ୍ଦ ଶୁଣି ଗ୍ରାମବାସୀ ଏକତ୍ରିତ ହୋଇ ଜଙ୍ଗଲ ଆଡ଼କୁ ଯିବା ବେଳେ ଜଙ୍ଗଲ ନିକଟସ୍ଥ ଧାନ ବିଲରେ ହାତୀପଲଙ୍କୁ ଦେଖିବାକୁ ପାଇଥିଲେ । ସେମାନଙ୍କୁ ଘଉଡାଇବା ପାଇଁ ଗାଁ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ହାତୀପଲ ଓଲଟା ଆକ୍ରମଣ କରିବାରୁ ଗ୍ରାମବାସୀ ଭୟରେ ଫେରି ଆସିଥିଲେ । ସେହିପରି ଗତ ଶୁକ୍ରବାର ଓ ଶନିବାର ଦିନ ମଧ୍ୟ ଅଞ୍ଚଳର ଅର୍ଚ୍ଚାଙ୍ଗୀ, ପାଜିଜାଡି ଗ୍ରାମରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ - ଧାନ ଫସଲ ଖାଇଗଲେ ହାତୀ, ଚିନ୍ତାରେ ଚାଷୀକୁଳ

ତେବେ ଏବେ ନିକଟସ୍ଥ ଖାସାବାଳି ଜଙ୍ଗଲରେ ହାତୀପଲ ଘୁରି ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ କିଛି କର୍ମଚାରୀ ଆସି ହାତୀ ଘଉଡ଼ାଇବା ପାଇଁ ଗ୍ରାମବାସୀଙ୍କୁ କିଛି ବାଣ ଦେଇ ଚାଲିଯାଇଥିବା ଗ୍ରାମବାସୀ ଅବିଯୋଗ କହିଛନ୍ତି l ତେବେ ଗତ ରାତିରେ ଗାଁ ପାଖ ବିଲରେ ହାତୀପଲ ପଶିବା ଜାଣିପାରି ଲୋକେ ବାଣ ଫୁଟାଇ ହାତୀପଲକୁ ଘଡାଇ ଥିଲେ l ଏବେବି ନିକଟସ୍ଥ ଡାଡନିଖାଲ ଜଙ୍ଗଲରେ ଏହି ହାତୀପଲ ରହିଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ବନବିଭାଗ ପକ୍ଷରୁ ହାତୀପଲର ସନ୍ଧାନ କିମ୍ବା ଘଉଡେଇବାକୁ କୌଣସି ପଦକ୍ଷେପ ନିଆଯାଇ ନଥିବା ବେଳେ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଫୁଲବାଣୀ

Last Updated :Dec 4, 2023, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.