ତିନି ସହରରେ ସମ୍ପୂର୍ଣ୍ଣ ସଟଡାଉନ୍

author img

By

Published : Apr 24, 2021, 10:26 PM IST

Complete shutdown in three cities of Phulbani

କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟସରକାର ସହରାଞ୍ଚଳକୁ ଶନିବାର ରବିବାର ସଟଡାଉନ ଘୋଷଣା କରିବା ପରେ ଆଜି କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀରେ ଦୋକାନ ବଜାର ବନ୍ଦ ରହିଛି । ଅଧିକ ପଢନ୍ତୁ...

ଫୁଲବାଣୀ: କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟସରକାର ସହରାଞ୍ଚଳକୁ ଶନିବାର ରବିବାର ସଟଡାଉନ ଘୋଷଣା କରିବା ପରେ ଆଜି କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀରେ ଦୋକାନ ବଜାର ବନ୍ଦ ରହିଛି ।

ପୋଲିସ ସହରରେ ପଇଁତରା ମାରିବା ସହ ବିବିନ୍ନ ଛକରେ ପୋଲିସ ଯିବା ଆସିବା ଲୋକଙ୍କୁ ଯାଞ୍ଚ କରୁଛି । ସେହିପରି ବାଲିଗୁଡ଼ା ଓ ଘୁ.ଉଦୟଗିରିରେ ମଧ୍ୟ ସଟଡାଉନ୍ ଜାରି ରହିଛି ।

ତିନି ସହରରେ ସମ୍ପୂର୍ଣ୍ଣ ସଟଡାଉନ୍
କେବଳ ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । ଫୁଲବାଣୀ ସହରରେ ଗୋଟେ ପ୍ଲାଟୁନ୍ ଫୋର୍ସ ସହ 4 ରୁ 5 ଜଣ ଅଫିସର ନିୟୋଜିତ କରାଯାଇଛି । ବାହାରୁ ଆସୁଥିବା ଲୋକମାନଙ୍କୁ ଫେରେଇ ଦିଆଯାଉଛି ।

ଜିଲ୍ଲାର ବାଲିଗୁଡ଼ା ଓ ଘୁ.ଉଦୟଗିରିରେ ମଧ୍ୟ ସଟଡାଉନ୍ ଜାରି ରହିଛି । ପୋଲିସ ଗାଡି ଘନ ଘନ ପଇଁତରା ମାରୁଛି । ଜିଲ୍ଲାର ତିନି ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.