ANMଙ୍କୁ ଅସଦାଚରଣ ମାମଲା, ଯୁବକଙ୍କୁ 3 ବର୍ଷ ଜେଲ

author img

By

Published : Sep 24, 2022, 10:33 AM IST

ଏଏନଏମଙ୍କୁ  ଅସଦାଚରଣ କରି ଯୁବକଙ୍କୁ  ତିନି ବର୍ଷ ଜେଲ

ଫୁଲବାଣୀ କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ଉପକେନ୍ଦ୍ରର କାର୍ଯ୍ୟରତ ଏଏନଏମଙ୍କୁ ଅସଦାଚରଣ ମାମଲାର ବିଚାର କରି କୋଟଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଗ ଦେହୁରୀ ଦୋଷୀ ଲମ୍ବୁ ବଳିଆରସିଂଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଫୁଲବାଣୀ: ଏଏନଏମଙ୍କୁ ଅସଦାଚରଣ ମାମଲା । ଦୋଷୀ ଯୁବକଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଲେ କୋର୍ଟ । ଫୁଲବାଣୀ କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ଉପକେନ୍ଦ୍ରର କାର୍ଯ୍ୟରତ ଏଏନଏମଙ୍କୁ ଅସଦାଚରଣ ମାମଲାର ବିଚାର କରି କୋଟଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଗ ଦେହୁରୀ ଦୋଷୀ ଲମ୍ବୁ ବଳିଆରସିଂଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଏଥିସହ ଏକ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି କୋର୍ଟ ।

ମିଳିଥିବା ସୂଚନା ଅନୁସାରେ ୨୦୨୦ ଅଗଷ୍ଟ 20 ତାରିଖ ଦିନ କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ କାଯ୍ୟରତ ମହିଳା ଏଏନଏମ କୁ ବଳିଆର ସିଂ ଅସଦାଚରଣ କରିଥିଲେ । ଏନେଇ ଏଏନଏମ କୋଟଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୫୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସରକାରୀ ଓକିଲ ସବିତା ସାମନ୍ତରାୟ ଓ ଅନିଲ କୁମାର ଲେଙ୍କା ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.