ETV Bharat / state

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

author img

By

Published : Jun 3, 2022, 1:24 PM IST

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ।
WODC chairman Asit Tripathy visit Kalahandi

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ WODC ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥିଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନୁଷ୍ଠିତ ସମୀକ୍ଷା ବୈଠକରେ WODC ସିଇଓ ଡକ୍ଟର ଅଜିତ ମିଶ୍ର, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ପିଡିଡିଆରଡି ଏ ସୋମେଶ ଉପାଧ୍ୟାୟ, ସମେତ ସମସ୍ତ ବିବାଗର ଅଧିକାରୀ ଓ ସମସ୍ତ ବିଡିଓ ଉପସ୍ଥିତ ଥିଲେ ।

ଅନୁଷ୍ଠିତ ବୈଠକରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ କୁକୁଡ଼ା ଫାର୍ମ, ବଟନ୍ ଛତୁ ଉତ୍ପାଦନ ୟୁନିଟ୍, ଏଗ୍ରୋ ସର୍ଭିସ ସେଣ୍ଟର, ବିହନ ପ୍ରକ୍ରିୟାକରଣ ୟୁନିଟ, ରାଇସ ମିଲ, ଡାଲି ପ୍ରକ୍ରିୟାକରଣ ୟୁନିଟ, ଥର୍ମାଲ ଇଁସୁଲେସନ, ସୋୟା, ପାପଡ ଫ୍ୟାକ୍ଟ୍ରି, ସ୍ଵଂୟ ଚାଳିତ ବେକରୀ ୟୁନିଟ୍‌ ସ୍ଥାପନ ଦିଗରେ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.