ETV Bharat / state

ଗ୍ରାମକୁ ଅନ୍ୟ ରାଜସ୍ବ ସର୍କଲକୁ ସ୍ଥାନାନ୍ତରଣକୁ ଗ୍ରାମବାସୀଙ୍କ ବିରୋଧ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

author img

By

Published : Jun 2, 2021, 7:54 PM IST

କଳାହାଣ୍ଡି ଜିଲ୍ଲା ଝୁଲେନବର ଗ୍ରାମକୁ ଲଡୁଗାଁ ଆର.ଆଇ ସର୍କଲରୁ ବାଦ ଦେବାକୁ ତହସିଲଦାରଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ଗ୍ରାମକୁ ଅନ୍ୟ ରାଜସ୍ବ ସର୍କଲକୁ ସ୍ଥାନାନ୍ତରିତ କରାଯିବାକୁ ଗ୍ରାମବାସୀଙ୍କ ବିରୋଧ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ଗ୍ରାମକୁ ଅନ୍ୟ ରାଜସ୍ବ ସର୍କଲକୁ ସ୍ଥାନାନ୍ତରିତ କରାଯିବାକୁ ଗ୍ରାମବାସୀଙ୍କ ବିରୋଧ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭବାନୀପାଟଣା: କୋକସରା ତହସିଲ ଅନ୍ତର୍ଗତ ଆମପାଣି ରାଜସ୍ୱ ନିରୀକ୍ଷକଙ୍କ ସର୍କଲରେ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ଗାଁ ପୂର୍ବରୁ ରହିଥିବାବେଳେ ବର୍ତ୍ତମାନ ରାଜସ୍ବ ବିଭାଗ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଏହି ଗ୍ରାମକୁ ନୂତନ ଭାବେ ଲଡୁଗାଁ ରାଜସ୍ବ ସର୍କଲକୁ ସ୍ଥାନାନ୍ତରିତ କରାଯାଇଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ଝୁଲେନବର ଗ୍ରାମବାସୀ ।

ଗ୍ରାମକୁ ଅନ୍ୟ ରାଜସ୍ବ ସର୍କଲକୁ ସ୍ଥାନାନ୍ତରଣକୁ ଗ୍ରାମବାସୀଙ୍କ ବିରୋଧ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସେମାନଙ୍କ ଅଭିଯୋଗ ଅନୁସାରେ, ଝୁଲେନବର ଗାଁ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ସାହାଜଖୋଲ ସଂରକ୍ଷିତ ବଣ ଜଙ୍ଗଲ ମଧ୍ୟରେ ରହିଛି । ଝୁଲେନବରରୁ ଆମପାଣିକୁ ୫ କିଲୋମିଟର ଥିବାବେଳେ ଲଡୁଗାଁ ୨୦ କିଲୋମିଟରରୁ ଅଧିକ ରହିଛି । ଗମନାଗମନ ପାଇଁ ସୁବିଧା ନାହିଁ । ଜଙ୍ଗଲିଆ ରାସ୍ତାରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯାଳୟ ବୃଦ୍ଧବୃଦ୍ଧା କେମିତି ଏତେଦୂର ଯାଇପାରିବେ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଣୁ ପୂର୍ବରୁ ଥିବା ଆମପାଣି ସର୍କଲରେ ଝୁଲେନବର ଗାଁକୁ ପୁନଃ ସାମିଲ ଦାବିରେ ଝୁଲେନବର ଗ୍ରାମର ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ମଳିତ ଏକ ଦାବିପତ୍ର କୋକସରା ତହସିଲଦାର ମନୋଜ କୁମାର ପାଢୀଙ୍କ ଜରିଆରେ ଏକ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.