ETV Bharat / state

ଧଳା ସୁନା ଧୋଇନେଲା ଅଦିନିଆ ବର୍ଷା, ଉଜୁଡ଼ା କପାକୁ ନେଇ ହତାଶ ଚାଷୀ

author img

By ETV Bharat Odisha Team

Published : Dec 18, 2023, 6:58 AM IST

ଧଳା ସୁନା ଧୋଇନେଲା ଅଦିନିଆ ବର୍ଷା
ଧଳା ସୁନା ଧୋଇନେଲା ଅଦିନିଆ ବର୍ଷା

Cotton Farmers Face Problems: କପା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ କପା ଚାଷ କରି ଲାଭବାନ ହେବ ବୋଲି ମନରେ ଆଶା ବାନ୍ଧିଥିଲା ଚାଷୀ । ହେଲେ ଅଦିନିଆ ମେଘ ଚାଷୀର ଆଶାକୁ ଧୋଇ ନେଇ ଯାଇଛି । ଚାଷୀମାନଙ୍କର ବ୍ୟାପକ କ୍ଷତି ହୋଇଥିବା ବେଳେ ସରକାରୀ ସହାୟତା ଅପେକ୍ଷା କଳାହାଣ୍ଡି ଜିଲ୍ଲାର କ୍ଷତିଗ୍ରସ୍ତ କପା ଚାଷୀ । ଅଧିକ ପଢ଼ନ୍ତୁ

ଧଳା ସୁନା ଧୋଇନେଲା ଅଦିନିଆ ବର୍ଷା

ଭବାନୀପାଟଣା: ଚାଷ ଓ ଚାଷୀଙ୍କୁ ନେଇ ପରିଚିତ କଳାହାଣ୍ଡି ଜିଲ୍ଲା । ଧାନ ସମେତ କପା ଓ ଡାଲି ଜାତୀୟ ଶସ୍ୟ ସହ ମାଣ୍ଡିଆ, ଗୁର୍ଜି ଭଳି ବିଭିନ୍ନ ଚାଷକୁ ନେଇ ବିଶ୍ଵ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ପାଇଛି କଳାହାଣ୍ଡି । ଧାନ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧଳା ସୁନା କୁହାଯାଉଥିବା କପା ଉତ୍ପାଦନରେ ସବୁଠୁ ଅଗ୍ରଣୀ ଜିଲ୍ଲା ଭାବରେ ପରିଚୟ ପାରି ପାରିଛି । ହେଲେ ପାଣିପାଗ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇ ଦେଇଛି ।

ତେବେ ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଥିଲା । ଫଳରେ କପା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଅଦିନିଆ ବର୍ଷା ଫଳରେ ଜିଲ୍ଲାର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଲିଆ ମାଲ ଗାଁର କପା ଚାଷ ଜମିର ଅବସ୍ତା ବେହାଲ ହୋଇଯାଇଛି । ସ୍ଵଳ୍ପ ବର୍ଷା ଫଳରେ କେଉଁଠି କପା ଗଛ ଭାଙ୍ଗି ଯାଇଛି ତ ପୁଣି ଆଉ କେଉଁଠି ଅମଳ ହେବ କପା କଳା ପଡ଼ି ନଷ୍ଟ ହୋଇଯାଇଛି । ଆଉ କେଉଁ କେଉଁଠି ସମ୍ପୂର୍ଣ୍ଣ କପା ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ... ସଂକଟରେ ଧଳା ସୁନା ଚାଷୀ, ନା ଅଛି ଜଳସେଚନ ନା ବିକ୍ରିର ସୁବିଧା !

ଗୋଟିଏ ପଟେ କପା ମଣ୍ଡି ଖୋଲା ଯାଇଥିବା ବେଳେ ଅନ୍ୟ ପଟେ କପା ସବୁ ନଷ୍ଟ ହୋଇଛି । ଆଉ ଯାହା କିଛି ବଞ୍ଚି ଯାଇଛି ସେହି କପାକୁ ଦଲାଲ କମ ଦରରେ ନେଇ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଅନ୍ୟପଟେ କପାକୁ କଳାହାଣ୍ଡି ଜିଲ୍ଲାର ଧଳା ସୁନା କୁହାଯାଉଥିବା ବେଳେ ଦ୍ଵିତୀୟ ଅର୍ଥକାରୀ ଫସଲ ଭାବରେ ମଧ୍ୟ ଗ୍ରହଣ କରାଯାଉଛି । ହେଲେ କୋହଲା ପାଗ ସହ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧୁଛି । ଅମଳ ସମୟରେ ଏଭଳି ପରିସ୍ଥିତି ଚାଷୀକୁ ଚିନ୍ତାରେ ପକାଇ ଦେଇଛି । କପା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ କପା ଚାଷ କରି ଲାଭବାନ ହେବ ବୋଲି ମନରେ ଆଶା ବାନ୍ଦିଥିଲା ଚାଷୀ । ହେଲେ ଅଦିନିଆ ମେଘ ଚାଷୀର ଆଶାକୁ ଦୋଇନେଇ ଯାଇଛି । ଚାଷୀମାନଙ୍କର ବ୍ୟାପତ କ୍ଷତି ହୋଇଥିବା ବେଳେ ସରକାରୀ ସହାୟତା ଅପେକ୍ଷା ଜିଲ୍ଲାର କ୍ଷତିଗ୍ରସ୍ତ କପା ଚାଷୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.