ETV Bharat / state

ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା; ଗୋଟିଏ ପରିବାରର ୭ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

author img

By

Published : Dec 27, 2022, 9:37 PM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା, ୭ ଗୁରୁତର
ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା, ୭ ଗୁରୁତର

କଳାହାଣ୍ଡି: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୭ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ତଳସାଗର ପଡ଼ା । ଏହି ଅଞ୍ଚଳରୁ ଗୋଟିଏ ପରିବାର ଧର୍ମଗଡ଼କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବୋଲେରୋରେ ଯାଉଥିଲେ । ସେହି ସମୟରେ ନର୍ଲା ଥାନା ଅନ୍ତର୍ଗତ ବାଗପୁର ଗାଁ ନିକଟ ବୁଲାଣୀରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିଲା । ବୋଲେରୋରେ ବସିଥିବା ୭ଜଣ ଗୁରୁତର ଆଘାତ ହୋଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ବୋଲେରୋରେ ୫ ଜଣ ପୁରୁଷ, ଦୁଇଜଣ ମହିଳା ଓ ଜଣେ ଗୋଟିଏ ବର୍ଷର ଶିଶୁ ରହିଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ନର୍ଲା ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ରହିଛି ।


ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.