ETV Bharat / state

ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ପଦଯାତ୍ରା ଓ ବିକ୍ଷୋଭ

author img

By

Published : Mar 17, 2021, 10:41 PM IST

ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ପଦଯାତ୍ରା ଓ ବିକ୍ଷୋଭ
ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ପଦଯାତ୍ରା ଓ ବିକ୍ଷୋଭ

କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜ ଖୋଲ ଜଙ୍ଗଲ ସୁରକ୍ଷା ଲାଗି ଅଞ୍ଚଳବାସୀ ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଭବାନୀପାଟଣା : ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜ ଖୋଲ ଜଙ୍ଗଲ ସୁରକ୍ଷା ଲାଗି ଅଞ୍ଚଳବାସୀ ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୧୭ କିଲୋମିଟର ବିଶିଷ୍ଟ ଏହି ଜଙ୍ଗଲର ସୁରକ୍ଷା ଅଭାବରୁ ଦିନକୁ ଦିନ ଏହା ଶେଷ ହେବାରେ ଲାଗିଛି । ଏପରି କି ପ୍ରାକୃତିକ ସୌନ୍ଦର୍ଯ୍ୟ ଖୋର ଶ୍ରୋତ ତଥା ସୁନ୍ଦରତା ହ୍ରାସ ପାଉଥିବାର ନଜରକୁ ଆସୁଛି । ଏହି ଜଙ୍ଗଲ ଉପରେ ନିର୍ଭର କରି ପେଟପୋଷଣ କରୁଥିବା ଗ୍ରାମବାସୀ ଏବେ ଏକ ପ୍ରକାର ଅସହାୟ ପାଲଟି ଯାଇଛନ୍ତି ।

ସାହାଜଖୋଲ ଜଙ୍ଗଲ ସୁରକ୍ଷାକୁ ନେଇ ପଦଯାତ୍ରା ଓ ବିକ୍ଷୋଭ

କାଠ ମାଫିଆ ଓ ବିଭାଗୀୟ କର୍ମଚାରୀଙ୍କ ମିଳିତ ବୁଝାମଣାରେ କାରବାର କରୁଥିବାବେଳେ ଦିନକୁ ଦିନ ଗଛ ଚାଲାଣ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ସାହାଜ ଖୋଲ ଜଙ୍ଗଲ ସୁରକ୍ଷା ସମିତି ଆବାହକ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଆମପାଣି ଠାରୁ କୋକସରା ପଯ୍ୟନ୍ତ ଏକ ପଦଯାତ୍ରା ବାହାରି କୋକସରା ତହସିଲଦାର କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏଥିରେ ୨୩ଟି ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ସହ ଗ୍ରାମ୍ୟଲୋକ ସାମିଲ ହୋଇ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଦାବି ମଧ୍ଯରେ ରହିଛି ସାହାଜ ଖୋଲ ଜଙ୍ଗଲ ମଧ୍ୟରେ ଅନେକ ଦଲାଲ ଗଛ କାଟି ଜମିକୁ ନିଜ ଅକ୍ତିଆରରେ ରଖି ନାନା ପ୍ରକାର ଚାଷ କରିବା, ଗଛ କାଟିବା ଯୋଗୁଁ ବର୍ଷା ସଙ୍କଟ ଉପୁଜିବା ସହ ଝରଣା ଶୁଖିବା, ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାର ପ୍ରତିପୋଷଣ କରୁଥିବା ବନ୍ୟ ଦ୍ରବ୍ୟ ଲୁପ୍ତ ହେବା ଆଦିର ସମାଧାନ ପାଇଁ ଦାବି ଉପସ୍ଥାପନ କରାଯାଇଛି ।

କାଉଡୋଳା ଠାରୁ ପଡା ଯାତ୍ରା ଆରମ୍ଭ କରି କୋକସରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ତେବେ ସରକାର ଏହାର ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଧାନସଭା ଘେରାଉ କରାଯିବ ବୋଲି କମିଟିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.