ETV Bharat / state

କଳାହାଣ୍ଡି- ରାୟଗଡା ସୀମାନ୍ତରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 2 ଗୁରୁତର

author img

By

Published : Aug 26, 2020, 12:58 PM IST

କଳାହାଣ୍ଡି- ରାୟଗଡା ସୀମାନ୍ତରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 2 ଗୁରୁତର
କଳାହାଣ୍ଡି- ରାୟଗଡା ସୀମାନ୍ତରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 2 ଗୁରୁତର

କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସୀମାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଭବାନୀପାଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଥୁଆମୂଳ ରାମପୁର ବ୍ଲକ ଡୁମେରପଦର ସୀମାରେ ଏହି ଦୁର୍ଘଟଣା ଘଟିଛି ।

କଳାହାଣ୍ଡି- ରାୟଗଡା ସୀମାନ୍ତରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 2 ଗୁରୁତର

ଥୁଆମୂଳ ରାମପୁର କାଠକୁରା ଗାଁ ର ୨୫ ବର୍ଷୀୟ ଦେବେନ୍ଦ୍ର ନାଏକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଦୁଇ ବାଇକ ଆରୋହୀଙ୍କର ସଠିକ ପରିଚୟ ମିଳିନଥିବା ବେଳେ ଦୁହେଁ କଲମପୁର ବ୍ଲକର ବୋଲି ସୂଚନା ମିଳିଛି ।

ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଅମ୍ବୂ୍ଲାନ୍ସ ଯୋଗେ ଥୂଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.