ETV Bharat / state

କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ

author img

By

Published : Sep 13, 2021, 11:29 AM IST

କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ
କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ

ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ସରିବା ପରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା । ଏବଂ ଏହାପରେ ଘରେ ଘରେ ପରିବାର ଗହଣରେ ପାଳିତ ହୋଇଥିଲା ଭାଇଚାରାର ପର୍ବ ନୂଆଁଖାଇ ଓ ଜୁହାର ଭେଟ। ଅଧିକ ପଢନ୍ତୁ...

ଭାବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ। ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ସରିବା ପରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା । ଏବଂ ଏହାପରେ ଘରେ ଘରେ ପରିବାର ଗହଣରେ ପାଳିତ ହୋଇଥିଲା ଭାଇଚାରାର ପର୍ବ ନୂଆଁଖାଇ ଓ ଜୁହାର ଭେଟ। ନୂଆଁଖାଇର ପର ଦିନ ଭେଟଘାଟ ସହ ଜମି ଥାଏ ଭୋଜି ଭାତର ଆସର । ଏନେଇ ଗାଁଠୁ ସହର, ସବୁଠି ଜମିଛି ଉତ୍ସବର ମାହୋଲ ।

କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ନୂଆଁଖାଇ ଭେଟଘାଟ

ପିଲାଠୁ ବୁଢ଼ା ସଭିଏଁ ମସଗୁଲ ହୋଇଛନ୍ତି ନାଚଗୀତ ସହ ବିଭିନ୍ନ ଖେଳ କୁଦରେ। ଯିଏ ଯେଉଁଠି ବି ଥାଉନା କାହିଁକି, ନୂଆଁଖାଇରେ ସମସ୍ତ ଗାଁକୁ ଫେରିଛନ୍ତି, ଆଉ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ମସଗୁଲ ହୋଇଛନ୍ତି ନୂଆଁଖାଇ ପର୍ବ ପାଳନରେ। କାରଣ ନୂଆଁଖାଇ ହେଉଛି ଆଦି ସଂସ୍କୃତି ଆଦି ପରମ୍ପରାର ଏକ ମହାନ ନିଦର୍ଶନ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.