ETV Bharat / state

କଳାହାଣ୍ଡି ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

author img

By

Published : Nov 17, 2022, 7:57 AM IST

Updated : Nov 17, 2022, 4:18 PM IST

କଳାହାଣ୍ଡି ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ
କଳାହାଣ୍ଡି ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି(National Press Day Celebrated In Kalahandi) । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜିଲ୍ଲାର ସମସ୍ତ ସାମ୍ବାଦିକ ସାମିଲ ହୋଇଥିଲେ । ଏଥିରେ 'ଦେଶ ଗଠନରେ ଗଣମାଧ୍ୟମର ଭୂମିକା' ଶୀଷର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନେକ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।

କଳାହାଣ୍ଡି ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ପାଳିତ

ସେହିପରି କଳାହାଣ୍ଡି ସାମ୍ବାଦିକ ୟୁନିୟନ ପକ୍ଷରୁ ମଦନପୁର ରାମପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦିକିନୀ ସିଂହଦେଓ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଓୟୁଜେ(OUJ) ରାଜ୍ୟ ସମ୍ପାଦକ ଇଙ୍ଗିତ ପଣ୍ଡା ସାମିଲ ହୋଇଥିଲେ । ଉପସ୍ଥିତ ଅତିଥିଗଣ ଏହି କାର୍ଯ୍ୟକ୍ରମରେ ସରକାର ସାମ୍ବାଦିକମାନଙ୍କ ଚିହ୍ନଟ ଓ ସୁରକ୍ଷାକୁ ନେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଆଦି ଦାବି ଉପରେ ଆଲୋଚନା କରିଥିଲେ ।

ସେହିପରି ଜିଲ୍ଲା ୱେବ ମିଡିଆ ସଙ୍ଘ ପକ୍ଷରୁ ଭବାନୀପାଟଣା ଭାଗିରଥି ହୋଟେଲ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲା ସଭାପତି ଆଦିତ୍ୟ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ବିନିତା ଦାଶ ଯୋଗ ଦେଇ ବର୍ତ୍ତମାନର ଡିଜିଟାଲ ଯୁଗରେ ୱେବ ମିଡିଆ ସାଧାରଣ ଲୋକଙ୍କ ମନ ପସନ୍ଦ ହୋଇ ପାରିଥିବା ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ(National Press Day 2022) ଭାବେ ପାଳନ କରାଯାଏ । ୧୯୬୬ ମସିହା ନଭେମ୍ବର ୧୬ରେ 'ଦି ପ୍ରେସ କାଉନସିଲ ଅଫ ଇଣ୍ଡିଆ' ସ୍ଥାପିତ ହୋଇଥିଲା । ଏହି ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ଯଦି ଏହି ପ୍ରହରୀ ନିଜ କର୍ତ୍ତବ୍ୟରେ ହେଳା କରନ୍ତି ତେବେ ସମାଜ ଆଗକୁ ପଢିପାରିବ ନାହିଁ ।

ଦେଶର ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନୋତ୍ତର ଭାରତ ବର୍ଷର ନବ ନିର୍ମାଣ କ୍ଷେତ୍ରରେ ଭାରତୀୟ ଗଣମାଧ୍ୟମର ଭୂମିକା ଅତୁଳନୀୟ । ଦେଶ ନିର୍ମାଣ ସହିତ ଦେଶର ପ୍ରଗତି ପଥରେ ଗଣମାଧ୍ୟମର ଅବଦାନ ଯୋଗୁଁ ଆଜି ଗଣମାଧ୍ୟମ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ତେବେ ଗଣଙ୍କ ଏହି ବିଶ୍ବାସକୁ ଗଣମାଧ୍ୟମ ବଜାୟ ରଖିବା ଆଜିର ଆହ୍ବାନ । ଜାତୀୟ ପ୍ରେସ ଦିବସରେ ଗଣମାଧ୍ୟମ ଆତ୍ମସମୀକ୍ଷା କରିବାସହ ଜନସାଧାରଣଙ୍କ ଆଶା ଓ ଭରସାକୁ ନିର୍ବାହ କରିବା ନିମନ୍ତେ ସଂକଳ୍ପ ନିଅନ୍ତୁ । ଗଣଙ୍କ ବିଶ୍ଵାସ ଗଣମାଧ୍ୟମର ଧେୟ ହେଉ ବୋଲି ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ମ୍ୟୁନିସିପାଲିଟିର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜୁନାଗଡ଼ ଏନଏସିର ନଗରପାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ମନୋଜ ବେହେରା ବିଶିଷ୍ଟ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମାଶଙ୍କର କର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅଜିତ ସିଂ ସ୍ଵାଗତ ଭାଷଣ ଓ କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିବାବେଳେ, ସମ୍ବାଦିକତାରୁ ରାଜନେତା ହୋଇଥିବା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜୁନାଗଡ଼ ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ପଲାସ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଭାକର ସେଠୀ, ବଡ଼କୁଟୁରୁ ସରପଞ୍ଚ ଗଣେଶ ପଣ୍ଡା ଓ ଗୋଲାମୁଣ୍ଡା ବ୍ଳକ ସିନାପାଲି ସରପଞ୍ଚ ନଉକେଶ୍ୱର ପଟେଲଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଭବାନୀପାଟଣା ପୌରପାଳିକାର ୨୦ଟି ୱାର୍ଡର କାଉନସିଲରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated :Nov 17, 2022, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.