ETV Bharat / state

ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ, ଡିଜିଟାଇଜେସନ ହେବ ପୁରାତନ ଓ ବିରଳ ସମ୍ବାଦପତ୍ର

author img

By

Published : Nov 16, 2022, 11:04 PM IST

ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଛି । ଏହି ଅବସରରେ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ । ଅଧିକ ପଢନ୍ତୁ

ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ, ଡିଜିଟାଇଜେସନ ହେବ ପୁରାତନ ଓ ବିରଳ ସମ୍ବାଦପତ୍ର
ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ, ଡିଜିଟାଇଜେସନ ହେବ ପୁରାତନ ଓ ବିରଳ ସମ୍ବାଦପତ୍ର

ଭୁବନେଶ୍ବର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ପାଳିତ । ଏହି ଅବସରରେ ଜୟଦେବ ଭବନ ଠାରେ ଏକ ସାମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ପ୍ରଦର୍ଶନୀକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ, ଡିଜିଟାଇଜେସନ ହେବ ପୁରାତନ ଓ ବିରଳ ସମ୍ବାଦପତ୍ର

ପ୍ରଦର୍ଶନୀ ଉଦଘାଟନ ଓ ଏହାକୁ ପରିଦର୍ଶନ କରି ପ୍ରମୁଖ ଶାସନ କହିଛନ୍ତି ଯେ, ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିରଳ ସମ୍ବାଦ ପତ୍ର ଗୁଡିକ ସ୍ଥାନ ପାଇଛି । ଯାହାର ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସଂରକ୍ଷଣ କରିବା ପାଇଁ ଡିଜିଟାଇଜେସନ ଆବଶ୍ୟକ । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏଥି ସହିତ ପ୍ରଦର୍ଶନୀରେ ସ୍ଥାନିତ ସମ୍ବାଦପତ୍ର ଓ ପତ୍ରପତ୍ରିକା ଅତ୍ୟନ୍ତ ଆକର୍ଷଣୀୟ ଓ ସୂଚନା ଧର୍ମୀ ହୋଇଛି । ଏହାକୁ ସବୁଦିନ ଯେପରି ଜନସାଧାରଣ ଦେଖିବାର ସୁଯୋଗ ପାଇପାରିବେ, ସେଥିପାଇଁ ଏକ ସ୍ଥାୟୀ ଗ୍ୟାଲେରୀ ବ୍ୟବସ୍ଥା କରିବାକୁ କହିଛନ୍ତି ।

ତେବେ ସେହିପରି ଓଡିଶାରେ ସମ୍ବାଦପତ୍ରର କ୍ରମ ବିକାଶ ଉପରେ ଏକ ସୂଚନା ଫଳକ ବ୍ୟବସ୍ଥା କରିବା ଉପରେ ମଧ୍ୟ ସଚିବ ଗୁରୁତ୍ବ ଦେଇଛନ୍ତି । ଏହି କାର୍ଯ୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡା, ଜୟଦେବ ଭବନ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି, ବିଭାଗର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଗୁରବୀର୍ ସିଂଙ୍କ ସମତେ ବିଭାଗର ଅନ୍ୟ ପଦାଧିକାରୀ ଆଦି ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.