ETV Bharat / state

ପିଛା ଛାଡୁନି ଦାଦନ ଦୁଃଖ, ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ

author img

By ETV Bharat Odisha Team

Published : Dec 6, 2023, 10:58 PM IST

Updated : Dec 7, 2023, 7:40 AM IST

କଳାହାଣ୍ଡିର ପିଛା ଛାଡୁନି ଦାଦନ ଦୁଃଖ, ଗାଁକୁ ଫେରୁଲା ଶ୍ରମିକଙ୍କ ମୃତଦେହ
କଳାହାଣ୍ଡିର ପିଛା ଛାଡୁନି ଦାଦନ ଦୁଃଖ, ଗାଁକୁ ଫେରୁଲା ଶ୍ରମିକଙ୍କ ମୃତଦେହ

କଳାହାଣ୍ଡିରେ ଉତ୍କଟ ରୂପ ନେଉଛି ଦାଦନ ସମସ୍ୟା । ପିଛା ଛାଡୁନି ଦାଦନ ମୃତ । ପୁଣି ତାମିଲନାଡୁରେ ଜଣେ ଶ୍ରମିକଙ୍କ ମୃତ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ସାଜିଛି ଦାଦନ ଶ୍ରମିକ । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍‌ ମାରିଛି । କାମ ପାଇଁ ଘରଛାଡି ଯାଇଥିବା ପୁଅ ଆଉ ଫେରିଲାନି । ହେଲେ ଫେରିଛି ତାର ମୃତ୍ୟର ଖବର । ପୁଣି ଥରେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଦାଦନ ଦୁଃଖ । ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗାଁର ଲୋକନାଥ ଦୀପ ଦୀର୍ଘ ୭ ବର୍ଷ ହେଲା ପେଟପାଟଣା ପାଇଁ ସୁଦୂର ତାମିଲନାଡୁରେ କାର୍ଯ୍ୟ କରୁଥିଲେ । ହେଲେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ମୃତ୍ୟୁ ଘଟିଛି ।

କଳାହାଣ୍ଡିର ପିଛା ଛାଡୁନି ଦାଦନ ଦୁଃଖ, ଗାଁକୁ ଫେରୁଲା ଶ୍ରମିକଙ୍କ ମୃତଦେହ
କଳାହାଣ୍ଡିର ପିଛା ଛାଡୁନି ଦାଦନ ଦୁଃଖ, ଗାଁକୁ ଫେରୁଲା ଶ୍ରମିକଙ୍କ ମୃତଦେହ

ଦାଦନ ଦୁଃଖ ଦୂର କରିବା ପାଇଁ ସରକାରଙ୍କ ଆନେକ ଯୋଜନା କରୁଛନ୍ତି । ହେଲେ କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇପାରୁ ନାହିଁ । ଫଳରେ ରାଜ୍ୟ ଛାଡି ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର । ଫଳରେ ପେଟପାଟଣା ଆଶାରେ ହଜାରହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି । ହେଲେ କିଛି ଫେରୁଛନ୍ତି ତ ଆଉ କିଛି ଲୋକଙ୍କ ଫେରୁଛି ମୃତଦେହ ।

ଏହା ମଧ୍ୟ ପଢନ୍ତୁ.....ପୁଣି ଦାଦନ ମୃତ୍ୟୁ: ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛି ପରିବାର

ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗାଁର ଲୋକନାଥ ଦୀପ ଦୀର୍ଘ ୭ ବର୍ଷ ହେଲା ପେଟପାଟଣା ପାଇଁ ସୁଦୂର ତାମିଲନାଡୁର କଇଁବାଟୁର ଅଞ୍ଚଳକୁ ଦାଦନ ଖାଟିବା ପାଇଁ ଯାଇଥିଲେ । ସେଠାରେ ସେ ଏକ କମ୍ପାନୀରେ କାମ ମଧ୍ୟ କରିଥିଲେ । କାମ କରି ଯାହା ରୋଜଗାର ହେଉଥିଲା ପରିବାର ପ୍ରତିପୋଷଣ କରିବା ପାଇଁ ଘରକୁ ଟଙ୍କା ମଧ୍ୟ ପଠାଇ ଦେଉଥିଲେ । ହେଲେ ହଠାତ୍ କାମ କରିବା ସମୟରେ ତାଙ୍କ ଦେହ ଖରାପ ହୋଇଯାଇଥିଲା । ଫଳରେ ସାଥୀ ଶ୍ରମିକ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଲୋକନାଥଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସାଥୀ ଶ୍ରମିକ ଲୋକନାଥଙ୍କ ପରିବାରକୁ ଖବର ଦେବା ପରେ ଶୋକାକୁଳ ପରିବେଶ ଦେଖା ଦେଇଛି ।

ଗାଁକୁ ଲୋକନାଥଙ୍କ ମୃତଦେହ ଫେରାଇ ଆଣିବା ପାଇଁ ସଂପୃକ୍ତ ଠିକା ସଂସ୍ଥା ନିକଟରେ ନେହୁରା ପରେ ମଧ୍ୟ ଠିକା ସଂସ୍ଥା ନ ଶୁଣିବା ରୁ ଶେଷରେ ସମାଜସେବୀ ବାବୁଲି ମଣ୍ଡଲଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରୁଥିବା ଜଣାପଡିଛି । ସେପଟେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଆତ୍ମହରା ପୁରା ପରିବାର ।

ଇଟିଭି ଭାରତ, କଳାହାଣ୍ଡି

Last Updated :Dec 7, 2023, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.