ETV Bharat / state

ପୁଣି ଦାଦନ ମୃତ୍ୟୁ: ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛି ପରିବାର

author img

By ETV Bharat Odisha Team

Published : Sep 27, 2023, 7:08 AM IST

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ। ସେପଟେ ରୋଜଗାରିଆ ପୁଅର ଅଚାନକ ମୃତ୍ୟୁ ଖବରକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ। ଅଧିକ ପଢ଼ନ୍ତୁ

ଦାଦନ ମୃତ୍ୟୁ
ଦାଦନ ମୃତ୍ୟୁ

ଦାଦନ ମୃତ୍ୟୁ

ନିଆଳି: କମୁନି ଦାଦନ ଦୁଖଃ । ଦାଦନ ପ୍ରଥା ରେକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ ଏହାର ସଠିକ ବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ଯାଉଛନ୍ତି । ତେବେ ଅନେକ ଥର ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣିଥରେ ସମାନ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ । ସେପଟେ ରୋଜଗାରିଆ ପୁଅର ଅଚାନକ ମୃତ୍ୟୁ ଖବରକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୁଅର ମୃତଦେହ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ଶ୍ରୀରାମପୁର ଭୋଇସାହି ଗ୍ରାମର ଆର୍ତ୍ତତ୍ରାଣ ଭୋଇଙ୍କ ସାନପୁଅ ଲିଟାସ ଭୋଇ(୩୦) ଦୀର୍ଘ 8 ବର୍ଷ ହେବ ପରିବାର ଭରଣପୋଷଣ ନିମନ୍ତେ ତାମିଲନାଡ଼ୁ ରାଜ୍ୟରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଅଭାବ ଓ ଅନଟନକୁ ଦୂର କରିବା ପାଇଁ ଲିଟାସା ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ । ପରିବାରର ବାପା ଓ ମାଆ ଲିଟାସଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ । ତେବେ ଗତକାଲି ଟେଲିଫୋନ୍‌ ଯୋଗେ ଲିଟାସଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଖବର ପାଇଥିଲେ । ସେପଟେ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ଏହାସହ ପୁଅର କିପରି ହେଲା ମୃତ୍ୟୁ ଏବଂ ପୁଅର ମୃତ୍ୟୁଦେହ କେମିତି ଗାଁ ମାଟି ଶ୍ରୀରାମପୁର ଭୋଇସାହିକୁ ଆସିବ ସେନେଇ ଚିନ୍ତାରେ ପରିବାର ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଦାଦନ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର

ସେପେଟେ ଲିଟାସ କାମ କରୁଥିବା କମ୍ପାନୀର କର୍ତ୍ତୃପକ୍ଷ ମଙ୍ଗଳବାର ମୃତଦେହକୁ ପଠାଇବା ପାଇଁ ଲିଟାସଙ୍କ ପରିବାର ଲୋକଙ୍କୁ କହିଥିଲେ । କିନ୍ତୁ କୌଣସି କାରଣ ବଶତଃ ମୃତଦେହ ଏବେ ଯାଇପାରିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହୁଥିବା ନେଇ କହିଛନ୍ତି ମୃତ ଲିଟାସଙ୍କ ପରିବାର ଲୋକେ ‌। ସେପଟେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି । ତେବେ ମୃତ୍ୟୁର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ଓ ପରିବାରକୁ ଖୁବଶୀଘ୍ର ମୃତଦେହକୁ ହସ୍ତାନ୍ତର ପାଇଁ ଦାବି ହୋଇଛି । ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦାଦନ ପ୍ରବଣ ଜିଲ୍ଲା ତାଲିକାରେ ନାହିଁ ସମ୍ବଲପୁର, ତଥାପି ଜିଲ୍ଲାରେ ରହିଛି ଦାଦନ ସମସ୍ୟାର କଳା ବାଦଲ

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.