ETV Bharat / state

ଭିଜିଲାନ୍ସ ଜାଲରେ ଏମଆଇ; ରାସନ କାର୍ଡ କରାଇବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

author img

By ETV Bharat Odisha Team

Published : Oct 4, 2023, 1:57 PM IST

Updated : Oct 4, 2023, 2:04 PM IST

ରାସନ କାର୍ଡ କରାଇ ଦେବାକୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଏମ୍‌ଆଇ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଏମଆଇ
ଭିଜିଲାନ୍ସ ଜାଲରେ ଏମଆଇ

ଭିଜିଲାନ୍ସ ଜାଲରେ ଏମଆଇ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଏମ୍‌ଆଇ ବାବୁ । ରାସନ କାର୍ଡ କରାଇ ଦେବା ପାଇଁ ଲାଞ୍ଚ ନେଉଥିଲେ ଏମ୍‌ଆଇ । ଠିକ୍ ସମୟରେ ମାଡ଼ି ବସିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକରୁ ଆଜି(ବୁଧବାର) ଏହି ଘଟଣା ସାମ୍ନାକୁ ଆସିଛି । ବ୍ଲକରେ ଥିବା ଏମଆଇ ରାସନ କାର୍ଡ ବାବଦରେ ଗରୀବ ଲୋକଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ସୁଶାନ୍ତ ମଲ୍ଲିକ । ବର୍ତ୍ତମାନ ଏହି ଲାଞ୍ଚୁଆ ବାବୁଙ୍କୁ ଭବାନୀପାଟଣାଠାରେ ଥିବା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି ।

ସୂଚନା ମୁତାବକ, ସୁଶାନ୍ତ ମଲ୍ଲିକ ଥୁଆମୁଳ ରାମପୁର ବ୍ଲକରେ ଏମଆଇ ଭାବେ କାର୍ଯ୍ୟରତ । ଏହି ବ୍ଲକ ଅନ୍ତର୍ଗତ ଲୁହୁରା ଜୋର୍ ଗାଁର ଜୟ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ କରାଇ ଦେବା ପାଇଁ ସୁଶାନ୍ତ ତାଙ୍କୁ ଲାଞ୍ଚ ମାଗିଥିଲେ । ଏମିତି ସେହି ଗାଁର ୭ ଜଣ ଗରୀବ ଲୋକଙ୍କ ରାସାନ କାର୍ଡ କରାଇବାକୁ ୨ ହଜାର ଟଙ୍କା ଲେଖାଏଁ ୧୪ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ । ଏ ସମ୍ପର୍କରେ ଜୟ ନାଏକ ଭିଜିଲାନ୍ସ ବିଭାଗର ଦ୍ବାରସ୍ତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଭିଜିଲାନ୍ସ ପଞ୍ଝାରେ କମାଣ୍ଡାଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଭିଜିଲାନ୍ସ ବିଭାଗ ଅଭିଯୋଗ ଭିତ୍ତି କରି ଲାଞ୍ଚୁଆ ଏମଆଇ ବାବୁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଯୋଜନା ମୁତାବକ ଆଜି କାର୍ଡ୍‌ କରାଇ ଦେବା ପାଇଁ ଏମଆଇ ହିତାଧିକାରୀ ଜୟ ନାଏକଙ୍କଠାରୁ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ ଏତିକି ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ । ଏମଆଇଙ୍କଠାରୁ ରଙ୍ଗ ବୋଳା ନୋଟ ଜବତ କରିବା ସହ ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ସେପଟେ ଲାଞ୍ଚୁଆ ଏମଆଇକୁ ଗିରଫ କରି ଭବାନୀପାଟଣା ଠାରେ ଥିବା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ତାଙ୍କୁ ଅଧିକ ପଚରାଉଚରା କରାଯାଉଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।
ଏହାମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ଅଧିକାରୀ, ଏକକାଳୀନ 3ଟି ସ୍ଥାନରେ ଚଢାଉ

ପ୍ରକାଶ ଥାଉକି, ୨ ଦିନ ତଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।


ଇଟିଭି ଭାରତ, କଳାହାଣ୍ଡି

Last Updated :Oct 4, 2023, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.