ETV Bharat / state

ମା’ଙ୍କ ଆଗମନ ପାଇଁ ଧବଳ ବର୍ଣ୍ଣ ଧାରଣ କରିଛି ଧରା, ଖିଲି ଖିଲି ହସୁଛି କାଶତଣ୍ଡୀ

author img

By ETV Bharat Odisha Team

Published : Oct 12, 2023, 7:57 PM IST

Updated : Oct 12, 2023, 8:09 PM IST

ଖିଲିଖିଲି ହସୁଛି କାଶତଣ୍ଡୀ
ଖିଲିଖିଲି ହସୁଛି କାଶତଣ୍ଡୀ

ପାର୍ବଣର ଆଗମନରେ ଧବଳ ବର୍ଣ୍ଣ ଧାରଣ କରିଛି ଧରା । କଳାହାଣ୍ଡି ଜିଲ୍ଲାର ରାସ୍ତା କଡ଼ ଏବଂ ନଦୀପଠାରେ ଦେଖିବାକୁ ମିଳୁଛି କାଶତଣ୍ଡିର ସମ୍ଭାର । ଅଧିକ ପଢନ୍ତୁ

ଖିଲିଖିଲି ହସୁଛି କାଶତଣ୍ଡୀ

ଭବାନୀପାଟଣା: ଆସିଛି ପାର୍ବଣ ଋତୁ। ଜଗତଜନନୀ ମା’ ଦୁର୍ଗାଙ୍କୁ ଧରାପୃଷ୍ଟରେ ସ୍ବାଗତ କରିବା ପାଇଁ ସଜେଇ ହେଇଛି କଶତଣ୍ଡୀ । ଶାନ୍ତି ଓ ଶୀତଳତାର ସମ୍ଭବାର ବାର୍ତ୍ତାସହ ମା’ଙ୍କ ଆଗମନ ପାଇଁ ଲୋକଙ୍କ ଦେଇଛି ଶୁଭ ସଙ୍କେତ । ସବୁଜ ବନାନୀ ଓ କାଶତଣ୍ଡୀ ଫୁଲରେ ହଲି ହଲି ମା'ଙ୍କୁ ସ୍ୱାଗତ ଜଣାଉଛି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଯାଇଛି କାଶତଣ୍ଡୀର ସୌନ୍ଦର୍ଯ୍ୟ ।

ଶରତରେ ଶାରଦୀୟ ସମ୍ଭାର: ଶାରଦୀୟ ଦୁର୍ଗା ପୂଜା ଆସୁଥିବା ବେଳେ ଧଳା ପାଟ ଶାଢୀ ପିନ୍ଧି ଫୁଲେଇ ହେଲାଣି କାଶତଣ୍ଡୀ । ଆଉ ଗୁଣୁ ଗୁଣ ହୋଇ କାନରେ ମା'ଙ୍କ ଆଗମନକୁ ସୂଚିତ କଲାଣି । ଶାରଦୀୟ ଦୁର୍ଗା ପୂଜା ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ସବୁଠି ଭରିଯାଇଛି କାଶତଣ୍ଡୀର ସୌନ୍ଦର୍ଯ୍ୟ । କାଶତଣ୍ଡୀର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଦୁର୍ଗତିନାଶିନୀ । ରେଖା ପଞ୍ଚମୀରେ ଓଡ଼ିଶାର ଘରେ ଘରେ କାଶତଣ୍ଡୀ ଫୁଲର ବେଣୀ ବନ୍ଧା ଯିବା ପରମ୍ପରା ପ୍ରମାଣ କରେ ଯେ ଏହା କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ନିଦର୍ଶନ ।

କିବା ଓ ଲେଖକଙ୍କ ମନକୁ ପୁଲକିତ କରେ କାଶତଣ୍ଡୀ: ମୃଦୁ ପବନର ଛୁଆଁରେ ଲହରେଇ ଲହରେଇ ନାଚିଯାଏ କାଶତଣ୍ଡୀ । ଆଉ ତାକୁ ଦେଖିବା କବି ଓ ଲେଖକଙ୍କ ମନରେ ଖେଳିଯାଏ ଅପାର ପୁଲକ । କବି ଟିଏ ପାଇଁ ଏ କାଶତଣ୍ଡୀ ସାଜେ ପ୍ରେରଣାର ଉତ୍ସ । ଏହାର ରୂପ ଲାବଣ୍ୟରେ ବିମୋହିତ କବି କାଶତଣ୍ଡୀର କମରରେ ଗଢି ତୋଳେ କବିତାର କୋଣାର୍କ । ରାସ୍ତାରେ ଯାଉଥିବା ବାଟୋଇ ମଧ୍ୟ ତାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଘଡିଏ ଅଟକି ଯାଏ କାଶତଣ୍ଡୀର ଅପରୂପ ସୌନ୍ଦର୍ଯ୍ୟରେ । ଖୋଲା ଆକାଶର ରାସ୍ତା କଡ଼ଠାରୁ ଆରମ୍ଭ କରି ନଦୀପଠା ଯାଏ ଧଳା ରଙ୍ଗର କାଶତଣ୍ଡୀ ଫୁଲର ପସରା ।

ଏହା ମଧ୍ୟ ପଢନ୍ତୁ...ଆସୁଛନ୍ତି ମା’, ଚାମର ହଲାଇ ଖିଲିଖିଲି ହସି ସ୍ବାଗତ କରୁଛି କାଶତଣ୍ଡୀ

କବି ସୁଧୀର ଧଙ୍ଗଡା ମାଝୀ କହିଛନ୍ତି, ‘‘ ପବନରେ କାଶତଣ୍ଡିର ଦୋଳୀୟମାନ ଶୋଭାରାଜିକୁ ପାଖରୁ ଦେଖିଲେ ଯେ କେହିବି ଆନମନା ହୋଇଯିବ । ଆଉ ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧଳା ଚାଦରଟିଏ । ବାସହୀନ କାଶତଣ୍ଡି ଦେବ ପୂଜାରେ ବି ଲାଗେନାହିଁ ସତ, ହେଲେ ଶରତରେ ଧରାପୃଷ୍ଠର ସୌନ୍ଦର୍ଯ୍ୟ ମଣ୍ଡନ କରେ । କାଶତଣ୍ଡି ଫୁଟିବା ପାଇଁ ଲୋଡ଼ା ନ ଥାଏ କୌଣସି ଉଦ୍ୟାନ କିମ୍ବା ମାଳିର ଯତ୍ନ । ନଦୀପଠା, ରାସ୍ତାପାର୍ଶ୍ଵ ବିଲ ପାଖ ଯେଉଁଠି ପାରୁଛି ସେଇଠି ଫୁଟୁଛି ଆଉ ବଢ଼ାଉଛି ଧରଣୀ ରାଣୀର ସୌନ୍ଦର୍ଯ୍ୟ । କଳାହାଣ୍ଡିର ବିଭିନ୍ନ ରାସ୍ତାରେ ନଦୀ ତଟରେ କାଶତଣ୍ଡୀର ସମ୍ଭାର ଧରାପୃଷ୍ଠକୁ ଧବଳ ଚାଦରରେ ଘୋଡାଇ ରଖି ଶୋଭା ବର୍ଦ୍ଧିତ କରୁଥିବା ପରି ମନେହୁଏ ।’’

ଇଟିଭି ଭାରତ, କଳାହାଣ୍ଡି

Last Updated :Oct 12, 2023, 8:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.