ETV Bharat / state

ଫିକା ପଡିଲା ମକର ମେଳା: ନୀଳକଣ୍ଠେଶ୍ଵରଙ୍କ ବିଧି ରକ୍ଷା ପାଇଁ ହେଲା ନୀତିକାନ୍ତି

author img

By

Published : Jan 14, 2022, 10:50 PM IST

ଫିକା ପଡିଲା ମକର ମେଳା: ନୀଳକଣ୍ଠେଶ୍ଵରଙ୍କ ବିଧି ରକ୍ଷା ପାଇଁ ହେଲା ନୀତିକାନ୍ତି
ଫିକା ପଡିଲା ମକର ମେଳା: ନୀଳକଣ୍ଠେଶ୍ଵରଙ୍କ ବିଧି ରକ୍ଷା ପାଇଁ ହେଲା ନୀତିକାନ୍ତି

ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ ମକର ସଂକ୍ରାନ୍ତି ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଏବର୍ଷ କୁଶୁର୍ଲାର ପ୍ରସିଦ୍ଧ ମକର ମେଳା ବନ୍ଦ ରହିଛି । ବିଧିରକ୍ଷା ପାଇଁ ସଂକ୍ରାନ୍ତି ନୀତି ପାଳିତ ହୋଇଛି । ଅଧିକ ପଢନ୍ତୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୁଶୁର୍ଲା ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ ମକର ସଂକ୍ରାନ୍ତି ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଏବର୍ଷ କୁଶୁର୍ଲାର ପ୍ରସିଦ୍ଧ ମକର ମେଳା ବନ୍ଦ ରହି ଥିବା ବେଳେ ବିଧିରକ୍ଷା ପାଇଁ ସଂକ୍ରାନ୍ତି ନୀତି ପାଳିତ ହୋଇଛି । ଶୁକ୍ରବାର ସକାଳୁ ମହାଦେବଙ୍କ ରୀତିନୀତି ପୂଜାପାଠ ପରେ ସଂକ୍ରାନ୍ତି ହୋମ ଅନୁଷ୍ଠିତ ହୋଇଥିଲା ।

ଫିକା ପଡିଲା ମକର ମେଳା: ନୀଳକଣ୍ଠେଶ୍ଵରଙ୍କ ବିଧି ରକ୍ଷା ପାଇଁ ହେଲା ନୀତିକାନ୍ତି

ଏହାପରେ ମକର ଚାଉଳ ଲାଗି ହୋଇଥିଲା । ଅନ୍ନପ୍ରସାଦ ପରେ ହରଗୌରୀଙ୍କୁ ରଥାରୂଢ କରି ନଗର ପରିକ୍ରମା କରାଯିବା ସହ ମକର ଚାଉଳ ବଣ୍ଟନ କରାଯାଇଥିଲା । ମହାଦେବଙ୍କ ନଗର ପରିକ୍ରମା ସମୟରେ ଶ୍ରଦ୍ଧାଳୁ ନିଜ ଘର ଅଗଣାରେ କଳସ ସ୍ଥାପନ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ । ଅନ୍ୟ ବର୍ଷ ଗୁଡିକରେ ୭ ଦିନ ଧରି ଚଲୁଥିବା ଏହି ମକର ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି। ହେଲେ ଚଳିତ ବର୍ଷ କୋଭିଡ କଟକଣା ବିଗାଡି ଦେଇଛି ମକର ମେଳାର ମାହୋଲ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.