ପେଟ୍ରୋଲରେ ନିଆଁ ଲାଗି ଜଳିଗଲା ଘର, ପୋଡ଼ିଗଲେ ପରିବାର ୩ ସଦସ୍ୟ

author img

By

Published : Dec 1, 2022, 11:02 PM IST

ପେଟ୍ରୋଲରେ ନିଆଁ ଲାଗି ଜଳିଗଲା ଘର,  ପୋଡ଼ିଗଲେ ପରିବାର ୩ ସଦସ୍ୟ

ନିଆଁର ଆଁରେ ଜଳିଗଲେ ଗୋଟିଏ ପରିବାରର ୩ଜଣ ସଦସ୍ୟ । ଘରେ ଥିବା ପେଟ୍ରୋଲରେ ନିଆଁ ଲାଗି ଜଳିଗଲା ଘର ଜଳିଗଲେ ୩ଜଣ ବ୍ୟକ୍ତି । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ନିଆଁର ପୋଡିଗଲେ ଗୋଟିଏ ପରିବାରର ୩ଜଣ ସଦସ୍ୟ । ଘରେ ଥିବା ପେଟ୍ରୋଲରେ ନିଆଁ ଲାଗି ଜଳିଗଲା ଘର ଜଳିଗଲେ ୩ଜଣ ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଜୋରପଡା ଗାଁରେ ରହୁଥିବା ଦୁର୍ବାସା ମାଝୀଙ୍କ ଘରେ ।

ଦୁର୍ବାସା ନିଜ ଘରେ ଏକ ଦୋକାନ କରିଥିଲେ । ଦୋକାନରେ ସମସ୍ତ ସାମଗ୍ରୀ ସହ ପେଟ୍ରୋଲ ମଧ୍ୟ ବିକ୍ରି କରୁଥିଲେ । ହେଲେ କୌଣସି କାରଣ ବଶତଃ ପେଟ୍ରୋଲରେ ନିଆଁ ଲାଗିଯାଇଥିଲା । ଫଳରେ କିଛି କ୍ଷଣ ମଧ୍ୟରେ ଘରର ଚାରିପଟେ ନିଆଁ ବ୍ୟାପୀ ଯାଇଥିଲା । ଏହାସହ ଦୁର୍ବାସା ମାଝୀଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏହା ଦେଖି ଝିଅ ନମିତା ମାଝୀ ମାଆଙ୍କୁ ବଞ୍ଚାଇବାକୁ ଯାଇ ମଧ୍ୟ ସେ ବି ପୋଡ଼ିଯାଇଥିଲେ । ପରେ ଦୁର୍ବାସାଙ୍କ ପୁଅ ଦେଖି ଦୌଡ଼ି ଯାଇ ମାଆ ଓ ଭଉଣୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁର ପ୍ରକୋପରେ ପୁଅ ଶଶୀଧର ମାଝୀ ମଧ୍ୟ ଜଳି ଯାଇଥିଲେ ।

ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଥିଲା । ପରେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ୩ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସେପଟେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସମ୍ପୂର୍ଣ୍ଣ ଘର ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.