ETV Bharat / state

ଅକ୍ଷି ମୁଠି ଅନୁକୂଳ କଲେ ଜିଲ୍ଲାପାଳ, ଉତ୍ସବ ମୁଖର ପୁରପଲ୍ଲୀ

author img

By

Published : Apr 23, 2023, 5:04 PM IST

collector p anwesha reddy
ଅକ୍ଷି ମୁଠି ଅନୁକୂଳ କଲେ ଜିଲ୍ଲାପାଳ

ଭବାନୀପାଟଣାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ଅକ୍ଷି ମୁଠି ଅନୁକୂଳ କଲେ ଜିଲ୍ଲାପାଳ

ଭବାନୀପାଟଣା: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଭବାନୀପାଟଣାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ। ଏଥି ସହ ବିଧିବିଧାନ ପୂର୍ବକ ଅକ୍ଷି ମୁଠି ଅନୁକୂଳ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- G20 ‘future of work’ Exhibition: ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତେବେ ଅକ୍ଷୟ ତୃତୀୟା ହେଉଛି ଶୁଭ ଅନୂକୁଳର ମହାପର୍ବ । ପ୍ରତ୍ୟେକଟି ଚାଷୀ ପରିବାର ପାଇଁ ଆଜିର ଦିନର ଗୁରୁତ୍ବ ବେଶ ଅଧିକ । କାରଣ ଆଜି ମାଟି ମାଆଙ୍କୁ ପୂଜା କରି ଭଲ ଫସଲର କାମନା କରିବ ଚାଷୀ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ । କାରଣ ଆଜି ଠାରୁ ଚାଷ କାମ ଆରମ୍ଭ କରେ ଚାଷୀ ପୁଅ। ମା' ମାଟିକୁ ପୂଜା କରି ଇନ୍ଦ୍ରଦେବତାଙ୍କ ଆଶୀର୍ବାଦରେ ଭଲ ଫସ ଟିଏର କାମନା କରି ଅକ୍ଷି ମୁଠି ଅନୁକୂଳ କରିଥାଏ ଚଷା ପୁଅ।

ଏହା ମଧ୍ୟ ପଢନ୍ତୁ-Sudan Unrest: ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାଉଦି ଆରବ

ଆଜି ଠାରୁ ଚଳିତ ବର୍ଷ ଚାଷ କାର୍ଯ୍ୟ ପାଇଁ ଚାଷୀ ଶ୍ରମଦାନ ଆରମ୍ଭ କରିଛି । ଦେବରାଜ ଇନ୍ଦ୍ର ମାଟି ମା' ଓ ଲକ୍ଷ୍ମୀ ଠାକୁରାଣୀଙ୍କୁ ସ୍ମରଣ କରି ବେଶ ଉତ୍ସାହ ଉଦ୍ଦୀପନାର ସହିତ ଚାଷ କାର୍ଯ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରିଛି ଚଷା ପୁଅ । ମାଟି ମା'କୁ ଶସ୍ୟ ଅର୍ପଣ ପରେ ହଳ କରାଯାଇ ଧାନ ବୁଣା ଯାଇଥାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଅକ୍ଷି ମୁଠି ଅନୁକୂଳ ସହ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ପ୍ରତ୍ୟେକଟି ଚାଷୀ । ଆଜିଠୁ ଚାଷୀମାନେ ଅଦିନିଆ ବର୍ଷାରେ ହଳ କରିବେ । ପହିଲି ଆଷାଢରେ ଧାନଗଛ ଉଠିବା ଆରମ୍ଭ କରିବ ଯାହାକୁ ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ ଯନ୍ତ୍ର ନେଇ ଶସ୍ୟ ଉପାର୍ଜନ କରିବ । ଆଉ ଏହାକୁ ନେଇ ଉତ୍ସାହିତ ପ୍ରତ୍ୟେକଟି ଚାଷୀ । କାରଣ ଏବେ ଗାଁ ଗଣ୍ଡାରେ ହଳ ନଙ୍ଗଲ ଦେଖିବାକୁ ମିଳିବ ଚାଷ ଜମିରେ ଶୁଣିବାକୁ ମିଳିବ ରକମ ରକମ ର ହଳିଆ ଗୀତ। ଆଉ ଏହି ଗୀତରେ ତାଳେ ତାଳେ ନିଜ ଚାଷ କାମକୁ ତ୍ୱରାନ୍ୱିତ କରିବ ଚାଷୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.