ETV Bharat / state

G20 ‘future of work’ Exhibition: ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 23, 2023, 1:21 PM IST

Updated : Apr 23, 2023, 1:50 PM IST

ଭୁବନେଶ୍ବରରେ ଜି 20 ଶିକ୍ଷା ୱାର୍କିଙ୍ଗ ଗ୍ରୁପ ବୈଠକକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଜି 20 ଶିକ୍ଷା ୱାର୍କିଙ୍ଗ ଗ୍ରୁପ ବୈଠକ ଉଦଘାଟିତ
g 20 working group meeting innagurated

G20 ‘future of work’ Exhibition

ଭୁବନେଶ୍ବର: ରାଜଧାନୀରେ ଜି 20 ଶିକ୍ଷା ୱାର୍କିଙ୍ଗ ଗ୍ରୁପର ତୃତୀୟ ବୈଠକକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜି ୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଅଧୀନରେ କାର୍ଯ୍ୟର ଭବିଷ୍ୟତ ଉପରେ ସ୍ଵତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭବିଷ୍ୟତର ପ୍ରଯୁକ୍ତି ଓ ମଡ୍ୟୁଲ୍ ପ୍ରଦର୍ଶନ କରିବେ ୧୦୦ରୁ ଅଧିକ ପ୍ରଦର୍ଶକ । କାର୍ଯ୍ୟର ଭବିଷ୍ୟତକୁ ନେଇ ଅଭିନବ ଜୋନ୍ ପ୍ରଦର୍ଶନୀରେ ସ୍ଥାନିତ ହୋଇଛି । ଏପ୍ରିଲ ୨୩ ଓ ୨୪ରେ ପ୍ରାକ୍ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ।

ଆଜିଠାରୁ 28 ଯାଏ ଚାଲିବ ଏହି ସମ୍ମିଳନୀ । ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତ କାର୍ଯ୍ୟ ଶୈଳୀରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଉପରେ କିଭଳି ଗୁରୁତ୍ଵ ଦିଆଯିବ । ଏଆଇ, ମେଟା ଭର୍ଷ, ଅଟମେଷନ ଓ ମେସିନ ଲର୍ଣ୍ଣିଂ ଉପରେ ଆଲୋଚନା ହେବ । ପ୍ରଦର୍ଶନୀରେ 100ରୁ ଅଧିକ ଷ୍ଟଲ୍ ଲାଗିଛି । ନିଟ ରାଉରକେଲା, ଆଇଆଇଏମ୍ ସମ୍ବଲପୁର, ମେଟା ଭଳି ଅନୁଷ୍ଠାନ ପକ୍ଷରୁ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି । ଭାରତ ଜି୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଉପଲକ୍ଷେ ସ୍ଥାନୀୟ ସିଏସଆଇଆର – ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀ ପ୍ରଯୁକ୍ତି ନେତୃବର୍ଗ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଶିକ୍ଷାବିତମାନଙ୍କୁ କାର୍ଯ୍ୟର ଭବିଷ୍ୟତକୁ ନେଇ ସେମାନଙ୍କର ଦୃଷ୍ଟିକୋଣ ଓ ଦୂରଦୃଷ୍ଟିକୁ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ । 20ଟି ରାଷ୍ଟ୍ରର 100ରୁ ଅଧିକ ପ୍ରଦର୍ଶନକାରୀ ଉତ୍ପାଦ ପ୍ରଦର୍ଶନ କରିବେ ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ଓଡିଶାରେ କୌଶଳର ପୃଷ୍ଠଭୂମି ରହିଛି । ଗ୍ଲୋବାଲ ଟ୍ରେଡ ଓ କମର୍ସ ରାଜ୍ୟ ମଧ୍ୟରେ ଓଡିଶା ଗୋଟିଏ । ଚାକିରି କିପରି ସୃଷ୍ଟି କରାଯିବ ଯୁବଗୋଷ୍ଠୀଙ୍କ ମଧ୍ୟରେ କିପରି ଉତ୍ସାହ ସୃଷ୍ଟି କରାଯିବ ଜି 20 ହେଉଛି ଉପଯୁକ୍ତ ସ୍ଥାନ । ସ୍କିଲର ଅର୍ଥ ନୁହେଁ ଆଇଆଇଟି, ଡିପ୍ଲୋମା ପଢିଥିବା ଛାତ୍ରଛାତ୍ରୀମାନେ ସ୍କିଲର କାମ କେବଳ ରିପାରିଂ କରିବା ନୁହେଁ । ଭାରତର ଶକ୍ତି ହେଉଛି ତାର ଗଣିତ ଅଧିକରୁ ଅଧିକ ଶିଖିବା ତାର ସାମର୍ଥ୍ୟ । ଯଦି ଯୋଜନା ସଠିକ ଭାବେ କରାଯାଏ ତେବେ ଭାରତ ପାଖରେ ଅବସର ରହିଛି ।''

ଏନଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ବର, ଆଇଆଇଏମ ସମ୍ବଲପୁର, ମେଟା, ୟୁନିସେଫ, ଏନସିଇଆରଟି ଏବଂ ଆହୁରି ଅନେକ ସମେତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠାନ ଓ ସଂଗଠନମାନେ କାର୍ଯ୍ୟର ଭବିଷ୍ୟତ, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ଭବିଷ୍ୟତର ଦକ୍ଷତା ବିକାଶ ଏବଂ ଅଭିନବ ଡେଲିଭରୀ ମଡେଲ ଉପରେ ଆଧାରିତ ପ୍ରଯୁକ୍ତି ପ୍ରଦର୍ଶିତ କରିବେ । ପ୍ରଦର୍ଶନୀ ସମୟରେ ଭାରତ ଏବଂ ଜି ୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏପ୍ରିଲ ୨୩ ଓ ୨୪ ତାରିଖରେ ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜନ କରୁଛି । ପ୍ରଥମ ଦିନରେ କାର୍ଯ୍ୟର ଭବିଷ୍ୟତରେ ଆଧୁନିକ ପ୍ରଯୁକ୍ତି ଉପରେ ଧ୍ୟାନ ଦିଆଯାଇ ପ୍ରଦର୍ଶନୀ ଆୟୋଜନ ହେଉଛି । ଡିପ ଟେକ ଏବଂ କାର୍ଯ୍ୟର ଭବିଷ୍ୟତ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇଛି ।

ଏହା ବି ପଢନ୍ତୁ...ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ: ବିଜେଡିର ମହିଳା କର୍ମୀ ସମ୍ମିଳନୀ, ବିଜେପିର ଆଇନ ଶୃଙ୍ଖଳା ପ୍ରସଙ୍ଗ

ପ୍ରଦର୍ଶନୀରେ କୃଷି, ପରିବହନ ଓ ସ୍ବାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ମେଟାଭର୍ସ – ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ବୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ, ଶିଳ୍ପ 4.0 କୌଶଳ, ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ୍‌ ଟେକ୍‌ ଅଧ୍ୟୟନ ସମାଧାନ, ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍‌ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ୍‌ ଡିସପ୍ଲେ ଆଦି ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 23, 2023, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.