ETV Bharat / state

୩୭ ବର୍ଷ ହେଲା ମିଳୁନି କ୍ଷତିପୂରଣ, ହାତରେ ପେଟ୍ରୋଲ ଧରି କ୍ଷତିଗ୍ରସ୍ତଙ୍କ ଧାରଣା

author img

By

Published : Sep 21, 2022, 10:03 PM IST

ହାତରେ ପେଟ୍ରୋଲ ଧରି କ୍ଷତିଗ୍ରସ୍ତଙ୍କ ଧାରଣା
ହାତରେ ପେଟ୍ରୋଲ ଧରି କ୍ଷତିଗ୍ରସ୍ତଙ୍କ ଧାରଣା

୩୭ ବର୍ଷ ହେଲା ମିଳୁନି କ୍ଷତିପୂରଣ । ହାତରେ ପେଟ୍ରୋଲ ଧରି ଧାରଣାରେ କ୍ଷତିଗ୍ରସ୍ତ ଜମି ମାଲିକ । କାଟିକୁଟା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ବେଳେ ବୁଡିଥିଲା ୪ଏକର ଜମି । ଜମି ଅଧିଗ୍ରହଣକୁ ୩୭ ବର୍ଷ ବିତି ଯାଇଥିଲେ ବି ମିଳିପାରୁନି କ୍ଷତିପୂରଣ । ଅଧିକ ପଢନ୍ତୁ

ଭବାନୀପାଟଣା : ହାତରେ ପେଟ୍ରୋଲ ଧରି ଜମି କ୍ଷତି ଗ୍ରସ୍ତଙ୍କ ଧାରଣା । କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ କ୍ଷତିଗ୍ରସ୍ତ ଜମି ମାଲିକ । କାରଣ ଜମି ଅଧିଗ୍ରହଣକୁ 37 ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ମିଳି ପାରୁନି କ୍ଷତି ପୂରଣ । ଏନେଇ ଧାରଣା ଦେଇଛନ୍ତି କ୍ଷତିଗ୍ରସ୍ତ ।

ହାତରେ ପେଟ୍ରୋଲ ଧରି କ୍ଷତିଗ୍ରସ୍ତଙ୍କ ଧାରଣା

ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଠାରେ 1985 ମସିହାରେ କାଟିକୁଟା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା । ସେହି ସମୟରେ ବିସ୍ଥାପିତ ମାନଙ୍କୁ ଅନ୍ୟତ୍ର ଜମି ଯୋଗାଇ ଦେବା ସହ କ୍ଷତିପୂରଣ ରାଶି ଯୋଗାଇ ଦିଆଯାଇଥିଲା । ହେଲେ ସେଥି ମଧ୍ୟରୁ କିଛି ବିସ୍ଥାପିତମାନଙ୍କୁ କ୍ଷତିପୂରଣ ବାବଦକୁ କୌଣସି ସହାୟତା ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇ ଆସୁଛି । ସେହିପରି ଗୋଲାମୁଣ୍ଡା ଗାଁର ଜନ୍ମେଜୟ ମାଝୀଙ୍କର ମଧ୍ୟ ୪ ଏକର ଜମିକୁ କାଟିକୁଟା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଅଧିଗ୍ରହଣ କରାଯାଇଥିଲେ ।

ଏହା ବି ପଢନ୍ତୁ- Khandabasa Festival: ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା, ଜମିଲା ଶ୍ରଦ୍ଧାଳୁଙ୍କ ସମାଗମ

ହେଲେ ଜମି ଅଧିଗ୍ରହଣ ହେଲା ଦିନ ଠାରୁ ବର୍ତ୍ତମାନ ସୁଦ୍ଧା ଜନ୍ମେଜୟଙ୍କୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ । ବାରମ୍ବାର ସେ ଏନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇ ହାତରେ ପେଟ୍ରୋଲ ଧରି ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । ଏହାର ସମାଧାନ ନ ହେଲେ ସେ ଆତ୍ମହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅନ୍ୟପଟେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।

ଏନେଇ ଅଭିଯୋଗକାରୀ ଜନ୍ମେଜୟ ମାଝୀ କହିଛନ୍ତି, " ଗୋଲାମୁଣ୍ଡା କାଟିକୁଟା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପରେ ଆମର ୪ ଏକର ଜମି ଯାଇଥିଲା । ଜମି ପାଣିରେ ବୁଡିବାର ଆଜିକୁ 37 ବର୍ଷ ହେଲାଣି । କିନ୍ତୁ ଏମାନେ ମିଥ୍ୟା ପ୍ରତିଶୃତି ଦେଇକି ସବୁବେଳେ ଠକି ଚାଲିଛନ୍ତି । ଏନେଇ କେସ ଲଢିବା ମଧ୍ୟ 15 ରୁ 16 ବର୍ଷ ହେଲାଣି । କିନ୍ତୁ ଆଜି ଯାଏଁ କ୍ଷତିପୂରଣ ନ ଦେବାରୁ ଏଠାରେ ଧାରଣା ଦେଇଛୁ । ଯଦି ଜମି ନ ଦେବେ କି କ୍ଷତିପୂରଣ ନ ଦେବେ ତାହାଲେ ମୋର ଶେଷ ନିଷ୍ପତି ପେଟ୍ରୋଲ ଢାଳି ଏଠାରେ ଆତ୍ମହତ୍ୟା କରିବି।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.