Khandabasa Festival: ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା, ଜମିଲା ଶ୍ରଦ୍ଧାଳୁଙ୍କ ସମାଗମ

author img

By

Published : Sep 20, 2022, 4:23 PM IST

Updated : Sep 20, 2022, 6:46 PM IST

ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀ, ଜୁନାଗଡରେ ପୂଜା ପାଉଛନ୍ତିି ମା'

ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି ମା' । ମା'ଙ୍କ ଅପାର ମହିମା ରହିଛି । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ବରୀ । ଗଡକୁ ଜଗି ରହିଛନ୍ତି ମା' । ଅଧିକ ପଢନ୍ତୁ

ଭବାନୀପାଟଣା: ବିଶ୍ବବାସୀଙ୍କ ଦୁଃଖ ହରଣକାରୀ ମା' ଦୁର୍ଗତୀନାଶିନୀ । ଜଗତର କଲ୍ୟାଣ ପାଇଁ ଧରାପୃଷ୍ଠରେ ଅବତରଣ କରନ୍ତି ମା' ଦୁର୍ଗା । ଅନେକ ରୂପରେ ଭକ୍ତ ପାଇଁ ସାଜିଥାଏ ରକ୍ଷାକବଚ । ମା' ଦୁର୍ଗାଙ୍କ ଏକ ରୂପ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ବରୀ । ଲଙ୍କାରୁ ଆସି କଳାହାଣ୍ଡି ଜିଲ୍ଲା ଜୁନାଗଡରେ ପୂଜା ପାଉଛନ୍ତି ମା' । ଛଅକୋଡି ବନ୍ଧ ଓ ନଅକୋଡି ତୋଟା ପରିବେଷ୍ଟିତ ଏହି ଐତିହାସିକ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲଙ୍କେଶ୍ବରୀ ।

ଶାରଦୀୟ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଜୁନାଗଡ଼ ସହରରେ ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଏହିଯାତ୍ରା ପାଇଁ ବହୁ ଭକ୍ତଙ୍କ ଜନସମାଗମ ହେଇଥାଏ । କଳାହାଣ୍ଡିର ସର୍ବପୁରାତନ ମନ୍ଦିରମାଳିନୀ ସହର ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ଏଠାରେ ମା’ଙ୍କ ବାରମାସରେ ତେର ପର୍ବ ପାଳିତ ହେଉଥିବାବେଳେ, ଖଣ୍ଡାବସା ଯାତ୍ରା ହେଉଛି ମାଙ୍କ ମୁଖ୍ୟ ପର୍ବ । ଏହି ଯାତ୍ରା ଆଶ୍ବିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ ।

ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀ, ଜୁନାଗଡରେ ପୂଜା ପାଉଛନ୍ତିି ମା'

କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା' ଲଙ୍କେଶ୍ବରୀଙ୍କୁ ସୁମରଣ କରିନ୍ତି । ସେହି ଦିନଠାରୁ ଏହି ଖଣ୍ଡାବସା ଯାତ୍ରା ପାଳନ ହୋଇଆସୁଛି (khandabasa festival celebrated ) । ପରମ୍ପରା ଅନୁଯାୟୀ ମା'ଙ୍କ ମନ୍ଦିରରୁ ଶଙ୍ଖୁଆରୀ ଖଣ୍ଡା ଓ ପାଟ ଖଣ୍ଡାକୁ ମନ୍ଦିର ଗର୍ଭଗୃହରୁ ବାହାର କରି ସହରର ଡାକବଙ୍ଗଳାଠାରେ ଏକ ଅସ୍ଥାୟୀ ମନ୍ଦିରରେ ପହଞ୍ଚି ସେଠାରେ ସ୍ବର୍ଣ୍ଣାକାର ଦୁଇଟି ଖଣ୍ଡାକୁ ମାର୍ଜନା କରିବା ପରେ ଆରମ୍ଭ ହୋଇଥାଏ ମା'ଙ୍କ ତନ୍ତ୍ର ପୂଜା ।

ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜ ପୂଜକ ଓ ଶଙ୍ଖୁଆରୀ ଦୁଇଟି ଖଣ୍ଡା ଧରି ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ମନ୍ଦିରରେ ଦୁଇଟି ଖଣ୍ଡା ପହଞ୍ଚିବା ପରେ ସେଠାରେ କଳାହାଣ୍ଡି ମହାରାଜ ପହଞ୍ଚି ମନ୍ଦିର ଗର୍ଭଗୃହରେ ମାଙ୍କ ସ୍ୱତନ୍ତ୍ର ଗୁପ୍ତ ରୀତିନୀତି ଷୋଡ଼ଶଉପଚାର ପୂଜାର୍ଚ୍ଚନା ପରେ ମା'ଙ୍କ ପାଟ ଖଣ୍ଡା ଓ ଶଙ୍ଖୁଆରୀ ଖଣ୍ଡାଙ୍କୁ ଚାଉଳ ମୁଠିରେ ବସାଇବା ପରେ ମାଙ୍କ ନିକଟରେ ଜେନା ବଳି ଅର୍ପଣ କରାଯାଇଥାଏ ।

ରାଜତନ୍ତ୍ର ସମୟରୁ ନାଗବଂଶୀୟ ରାଜାମାନେ ପ୍ରତ୍ୟେକ ବର୍ଷ ମା’ ଲଙ୍କେଶ୍ବରୀଙ୍କ ପବିତ୍ର ଖଣ୍ଡାବସା ପର୍ବକୁ ମହାସମାରୋହରେ ପାଳନ କରି ଆସୁଥିଲେ ବୋଲି କୁହାଯାଏ । ସେବେଠାରୁ ଏହି ପରମ୍ପରା ନିରବଚ୍ଛିନ୍ନ ଭାବରେ ଉତ୍ସାହ ଉଦ୍ଦିପନା ସହ ହୋଇ ଆସୁଛି । ତେବେ ଗତ 17 ତାରିଖ ଦିନ ପ୍ରବଳ ଜନସମାଗମ ସହିତ ମା’ଙ୍କ ଖଣ୍ଡାବସା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଆଙ୍କ ଦର୍ଶନ, ଫୁଟବଲ ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ କଳାହାଣ୍ଡିରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated :Sep 20, 2022, 6:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.