ETV Bharat / state

ଗୁଣି ଗାରେଡ଼ି ଯୋଗୁଁ ନାବାଳିକାକୁ ହତ୍ୟା କରିଥିଲା, ପିଶାଚୀ ମହିଳାକୁ ଆଜୀବନ କାରାଦଣ୍ଡ

author img

By

Published : Jun 22, 2023, 6:34 AM IST

ହତ୍ୟାକାରୀ ମହିଳାକୁ ଆଜୀବନ କାରାଦଣ୍ଡ
ହତ୍ୟାକାରୀ ମହିଳାକୁ ଆଜୀବନ କାରାଦଣ୍ଡ

ଗୁଣି ଗାରେଡ଼ିରେ ପଡ଼ିଶା ଘର ଝିଅକୁ ପଥରରେ ଛେଚି ହତ୍ୟା କରିଥିଲା ମହିଳା । ୫ ବର୍ଷ ପରେ ହତ୍ୟାକାଣ୍ଡର ଶୁଣାଣୀ କରି ଅଭିଯୁକ୍ତ ମହିଳାକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଜରିମାନାରେ ଦଣ୍ଡିତ କଲେ କୋର୍ଟ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ୯ ବର୍ଷର ଝିଅକୁ ପଥରରେ ଛେଚି ହତ୍ୟା କରିଥିଲା ପଡ଼ୋଶୀ ମହିଳା । ଘଟଣାର ଦୀର୍ଘ ୫ ବର୍ଷ ପରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ନିଜ ପଡ଼ିଶା ଘର ଝିଅକୁ ପଥରରେ ଛେଚି ହତ୍ୟା କରିବା ପରେ ଏବେ ଜେଲର ଚାରିକାନ୍ଥ ଭିତରେ ପିଶାଚୀ ମହିଳା । ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଜରିମାନାରେ ଦଣ୍ଡିତ କଲେ କୋର୍ଟ ।

ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲ୍ଲା କୋର୍ଟରେ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣୀ କରିଛନ୍ତି ଜିଲ୍ଲା ଦୌରାଜଜ୍‌ । ହତ୍ୟାକାଣ୍ଡ ଘଟଣାର ଶୁଣାଣୀ କରି ହତ୍ୟାକାରୀ ମହିଳାକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସରକାରୀ ଓକିଲ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୦୧୮ ମସିହା ଡିସେମ୍ବର ୧୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅନ୍ତର୍ଗତ ବାଲିସରା ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସେହି ଗାଁର ସାଂଦୃ ମାଝୀ ଓ ମାଟି ମାଝୀ ନିଜ ପୁଅ ଝିଅଙ୍କୁ ଘରେ ଛାଡ଼ି ମାଟିଖାଲ ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସାଂଦୃଙ୍କ ୧୨ ବର୍ଷର ପୁଅ କୃଷ୍ଣ ମାଝୀ ଓ ୯ ବର୍ଷର ଝିଅ ଇନ୍ଦୁ ମାଝୀ ଘରେ ଥିଲେ । ସେହିଦିନ ଅର୍ଥାତ ଡିସେମ୍ବର ୧୧ ତାରିଖ ଦିନ ବିଳମ୍ବିତ ରାତିରେ ସେହି ଗାଁର ସାନ୍ଧି ମାଝୀ ନାମକ ମହିଳା ସାଂଦୃଙ୍କ ୯ ବର୍ଷର ଝିଅ ଇନ୍ଦୁ ଶୋଇଥିବା ସମୟରେ ଉଠାଇ ନେଇ ଗାଁ ମୁଣ୍ଡରେ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା ।

ସକାଳ ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ଇନ୍ଦୁଙ୍କୁ ସାନ୍ଧି ମାଝୀ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ସାନ୍ଧି ମାଝୀକୁ ଗିରଫ କରି ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରିଥିଲା । ଯାହାର ଆଜି ଶୁଣାଣୀ କରିଛନ୍ତି କୋର୍ଟ । ଜିଲ୍ଲା ଦୌରାଜଜ ଦୀପ୍ତିରଞ୍ଜନ କାନୁନଗୋ ସମସ୍ତ ସାକ୍ଷ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ମହିଳା ସାନ୍ଧି ମାଝୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୫୦ ହଜାର ଟଙ୍କା ଜରିମାନା ପୈଠ କରିବା ପାଇଁ ରାୟ ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦୟ ଅତିରିକ୍ତ ୬ ମାସ କରାଦାଣ୍ଡ ପାଇଁ ମଧ୍ୟ ନିର୍ଦେଶ ହୋଇଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ନିଦର୍ଶିନୀ ରଥ ପରିଚାଳନା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.