ଶିକ୍ଷୟିତ୍ରୀ ନିଖୋଜ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ବିଜେପିର ବିକ୍ଷୋଭ

author img

By

Published : Oct 17, 2021, 7:21 PM IST

ଶିକ୍ଷୟତ୍ରୀ ନିଖୋଜ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ବିଜେପିର ବିକ୍ଷୋଭ

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବିଜେପି କେଗାଁ ଥାନା ସମ୍ମୁଖରେ ଧାରଣା ଦେଇଛି । ଅଧିକ ପଢନ୍ତୁ...

ଭବାନୀପାଟଣା: କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବିଜେପି କେଗାଁ ଥାନା ସମ୍ମୁଖରେ ଧାରଣା ଦେଇଛି । ଅଭିଯୋଗ ଅନୁଯାୟୀ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୮ ତାରିଖ ଠାରୁ ସ୍କୁଲକୁ ଆସିବା ସମୟରେ ନିଖୋଜ ହୋଇଛନ୍ତି । ଶିକ୍ଷୟିତ୍ରୀଙ୍କ ପରିବାର ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନାରେ ଅଭିଯୋଗ ପରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ପୋଲିସ ତଦନ୍ତ ଜାରି ରଖିଛନ୍ତି ।

ଶିକ୍ଷୟତ୍ରୀ ନିଖୋଜ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ବିଜେପିର ବିକ୍ଷୋଭ

ପ୍ରାଥମିକ ତଦନ୍ତରୁ ଶିକ୍ଷୟିତ୍ରୀ ନିଖୋଜ ପଛରେ ସ୍କୁଲ ମାଲିକଙ୍କ ଲିଙ୍କ ଥିବା ନେଇ ପୋଲିସ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଉଠାଇ ନେଇ ଆରମ୍ଭ କରିଛନ୍ତି ଛାନଭିନ । ଏନେଇ ଆଜି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ତାଙ୍କ ପରିବାରକୁ ଉଚିତ ନ୍ୟାୟ ଦାବି କରି କଳାହାଣ୍ଡି ଭାରତୀୟ ଜନତା ପାର୍ଟି ତରଫରୁ କେଗାଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ବିଜେପି କର୍ମୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.