ETV Bharat / state

BPL ପରିବାରଙ୍କୁ ରାଜ୍ୟ ସରକାରଙ୍କ ପାର୍ବଣ ଭେଟି

author img

By

Published : Sep 28, 2021, 8:22 PM IST

କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ
କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

କଳାହାଣ୍ଡିରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ । ଜିଲ୍ଲାର ଏଣିକି ୪ ଲକ୍ଷ ୨୪ ହଜାର ବିପିଏଲ ପରିବାର ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟସେବା ପାଇ ପାରିବେ । ଅଧିକ ପଢ଼ନ୍ତୁ...

ଭବାନୀପାଟଣା: କଳାହାଣ୍ଡିରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଯଦିଓ ହିତାଧିକାରୀଙ୍କୁ ନୂଆ ସ୍ମାର୍ଟକାର୍ଡ ବଣ୍ଟନ ହୋଇନାହିଁ । ତେବେ ରାସନ କାର୍ଡ ଦେଖାଇ ଏବେ ଘରୋଇ ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ପାଇ ପାରୁଛନ୍ତି ରୋଗୀ । ଜିଲ୍ଲାର ଏଣିକି ୪ ଲକ୍ଷ ୨୪ ହଜାର ବିପିଏଲ ପରିବାର ଘରୋଇ ହସ୍ପିଟାଲରେ ମାଗଣା ସ୍ବାସ୍ଥ୍ୟସେବା ପାଇ ପାରିବେ ।

କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ

ଏହି ଯୋଜନାରେ ପରିବାରର ପୁରୁଷ ୫ ଲକ୍ଷ ଟଙ୍କା ଓ ମହିଳା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇ ପାରିବେ । ଏଥିପାଇଁ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ପରିବାରକୁ ସ୍ମାର୍ଟକାର୍ଡ ଯୋଗାଇ ଦିଆଯିବ । ର୍ତ୍ତମାନ ହିତାଧିକାରୀମାନେ ରାସନ କାର୍ଡ ଦେଖାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ପାଇ ପାରିବେ।

ରାଜ୍ୟ ସରକାରଙ୍କ ମହତ୍ୱ୍ୱକାଂକ୍ଷୀ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ବୁଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ ହୋଇଛି । ଯଦିଓ ହିତାଧିକାରୀଙ୍କ ମଧ୍ୟରେ ନୁଆ ସ୍ମାର୍ଟ କାର୍ଡ ବଣ୍ଟନ ହୋଇନାହିଁ।ତେବେ ରାସନ କାର୍ଡ ଦେଖାଇ ଏବେ ଘରୋଇ ହସ୍ପିଟାଲରେ ମାଗଣ ସ୍ୱାସ୍ଥ୍ୟ ସେବ ପାଇଁ ପାରୁଛନ୍ତି ରୋଗୀ।

ଓଡ଼ିଶାର ର ୯୨ ଲକ୍ଷ ୫୦ ହଜାର ଓ କଳାହାଣ୍ଡି ଜିଲ୍ଲାର ୪ ଲକ୍ଷ ୨୪ ହଜାର ବିପିଏଲ ପରିବାର ଘରୋଇ ହସ୍ପିଟାଲରେ ଦେଉ ମୁକ୍ତ ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ଶୁଭାରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନା ରେ ପରିବାର ର ପୁରୁଷ ଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ଆଉ ସରକାର ବହନ କରିବେ ଚିକିତ୍ସା ଖର୍ଚ୍ଚ । ଏଥିପାଇଁ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ପରିବାରକୁ ସ୍ମାର୍ଟ କାର୍ଡ ଯୋଗାଇ ଦିଆଯିବ । ହେଲେ ବର୍ତ୍ତମାନ ହିତାଧିକାରୀ ରାସନକାର୍ଡ ଦେଖାଇ ସେବାର ଲାଭ ପାଇ ପାରିବେ ।


ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୪୫୦ରୁ ଅଧିକ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବିପିଏଲ ପରିବାର ମାଗଣା ସ୍ୱାସ୍ଥ୍ୟ ସେବା ପାଇବେ। ସ୍ମାର୍ଟ କାର୍ଡ ନପାଇବା ପର୍ଯ୍ୟନ୍ତ ରାସନ କାର୍ଡ ଦେଖି ଏହି ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି କୌଣସି ହସ୍ପିଟାଲ ଏହାକୁ ଗ୍ରହଣ ନକରନ୍ତି ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବେ ହିତାଧିକାରୀ ବୋଲି କହିଛନ୍ତି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.