ETV Bharat / state

କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ, ବ୍ୟାଙ୍କରେ ପଡ଼ିଛି ତାଲା

author img

By ETV Bharat Odisha Team

Published : Oct 27, 2023, 12:48 PM IST

କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ, ବ୍ୟାଙ୍କରେ ପଡ଼ିଛି ତାଲା
କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ, ବ୍ୟାଙ୍କରେ ପଡ଼ିଛି ତାଲା

ଆନ୍ଦୋଳନକୁ ଓହ୍ଲାଇଲା କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘ । 3 ଦଫା ଦାବି ନେଇ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଲେ କର୍ମଚାରୀ । ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନର ଚେତାବନୀ । ଅଧିକ ପଢନ୍ତୁ

କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ଆନ୍ଦୋଳନ, ବ୍ୟାଙ୍କରେ ପଡ଼ିଛି ତାଲା

ଭବାନୀପଟଣା: ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଲା କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘ । ଏହାରି ମଧ୍ୟରେ କଳାହାଣ୍ଡିରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମବାୟ ସମିତି କର୍ମଚାରୀ । ଆଜି 3 ଦଫା ଦାବି ନେଇ ବ୍ୟାଙ୍କରେ ତାଲା ପକାଇ ଧାରଣା ବସିଲେ କର୍ମଚାରୀ । ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଦେଲେ ଚେତାବନୀ ।

ସୂଚନା ଯୋଗ୍ୟ ଆଜିିଠାରୁ ୩ଦଫା ଦାବି ନେଇ ଆନ୍ଦୋଳନର ଡାକରା ଦେଇଛି ରାଜ୍ୟ କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘ । ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲ୍ଲା କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘର ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭବାନୀପାଟଣାଠାରେ ଥିବା କୋପରେଟିଭ ବ୍ୟାଙ୍କ୍‌ରେ କର୍ମଚାରୀମାନେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି । ସେମାନେ ଦୀର୍ଘ ଦିନକୁ ସରକାରଙ୍କ ପାଖରେ ନିଜର ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଉଜ୍ବଳା ଦିଦି ସଂଘର ବିକ୍ଷୋଭ, କେନ୍ଦ୍ର ସରକାର ଅବହେଳା କରିଥିବା ଅଭିଯୋଗ

କୋପରେଟିଭ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କ ଦାବିଗୁଡ଼ିକ ହେଲା ୨୦୧୬ ମସିହାରୁ ସପ୍ତମବେତନ ହାରରେ ଏରିଅର ପ୍ରଦାନ କରିବା । ପେନ୍‌ସନ୍ କର୍ପସ ଫଣ୍ଡ ଗଠନ କରିବା । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଦୁଇସ୍ତରରେ ବ୍ୟାଙ୍କ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବା । କ୍ୟାଡର ଫଣ୍ଡ ଆର୍ଥିକ ସହାୟତା ପୁନଃବିଚାର ଓ ପେକ୍ସ ଆକାଉଣ୍ଟ୍‌ ଭଳି ଦାବି ନେଇ ୩ ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସରକାର ଆସନ୍ତା ନଭେମ୍ବର ୧୪ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନକରନ୍ତି, ତାହାଲେ ଏହି ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି କୋପରେଟିଭ ବ୍ୟାଙ୍କ କର୍ମଚାରୀ ସଂଘ ।

ଏହା ମଧ୍ୟ ପଢନ୍ତୁ...ବସ୍ ମାଲିକ ସଂଘରେ ଫାଟ, ଲକ୍ଷ୍ମୀ ବସକୁ ବାଲେଶ୍ଵର ମାଲିକ ସଂଘର ସମର୍ଥନ

ଏହାସହ ବ୍ରହ୍ମପୁରରେ ମଧ୍ୟ ସମବାୟ ବ୍ୟାଙ୍କ୍‌ କର୍ମଚାରୀଙ୍କ ବିକ୍ଷୋଭ ପଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ବ୍ରହ୍ମପୁରର ବିସିସି ବ୍ୟାଙ୍କ୍‌ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି । ତେବେ ସେମାନଙ୍କ ଦାବିଗୁଡ଼ିକ ହେଲା ୨୦୧୬ଠାରୁ ସପ୍ତମ ବେତନ ହାରରେ ଏରିଅର ପ୍ରଦାନ କରାଯାଉ । ରାଜ୍ୟରେ କାର୍ଯ୍ୟ କରୁଥିବା ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ୨୦୦୪ ମସିହାଠାରୁ କାର୍ଯ୍ୟରତ କର୍ମଚାରୀମାନଙ୍କ ଉଦ୍ୟମରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲାଭ ପ୍ରଦର୍ଶନ କରି ଆସୁଛି । କିନ୍ତୁ ଦୁଃଖର ବିଷୟ ସରକାର ସବୁବେଳେ ସମବାୟ ସମିତି କର୍ମଚାରୀମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.