ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଲିକ ଅଟକ, ଭକ୍ତ ଦାସଙ୍କ ସଙ୍ଗୀନ ଅଭିଯୋଗ

author img

By

Published : Oct 14, 2021, 9:35 PM IST

A public school owner has arrested after a school teacher went missing at  bhawanipatna

ଜିଲ୍ଲାର କେଗାଁ ଥାନା ଅଞ୍ଚଳର ମହାଲିଙ୍ଗ ସନ ସାଇନ ପବ୍ଳିକ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ । ଅଧିକ ପଢନ୍ତୁ...

ଭବାନୀପାଟଣା: ଜିଲ୍ଲାର କେଗାଁ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ମହାଲିଙ୍ଗ ସନ ସାଇନ ପବ୍ଳିକ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଗତ ୮ ତାରିଖ ଦିନ ଶିକ୍ଷୟିତ୍ରୀ ମମିତା ମେହେର, ବଲାଙ୍ଗୀର ଜିଲ୍ଲା ନିଜ ଗାଁ ତୁରେକେଲାରୁ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ଠାରୁ ଅଫିସ କାମ ଥିବା ନେଇ ଫୋନ ଯୋଗେ ସୂଚନା ପାଇବା ପରେ ସ୍କୁଲ୍‌କୁ ଆସୁଥିଲେ ।

ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ମାଲିକ ଅଟକ, ଭକ୍ତ ଦାସଙ୍କ ସଙ୍ଗୀନ ଅଭିଯୋଗ

ମାତ୍ର ବାଟରେ ଚାନ୍ଦୋତରା ଛକରୁ ଶିକ୍ଷୟିତ୍ରୀ ଜଣକ ନିଖୋଜ ହୋଇଯାଇଥିବା ନେଇ ପରିବାର ବର୍ଗ ୧୨ ତାରିଖରେ ସେନ୍ଧେକେଲା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ପୋଲିସ ଖୋଳତାଡ ଆରମ୍ଭ କରିଛି। ତେବେ ଅଭିଯୋଗ ଦାଖଲର ଦୀର୍ଘ ୪୮ ଘଣ୍ଟା ପରେ ଶିକ୍ଷୟିତ୍ରୀ ନିଖୋଜ ପଛରେ ସ୍କୁଲ ମାଲିକଙ୍କ ଲିଙ୍କ ଥିବା ନେଇ ପୋଲିସ ସନ୍ଦେହ କରୁଥିବା ଜଣାପଡିଛି । ସେଥିପାଇଁ ମାଲିକ ଗୋବିନ୍ଦ ସାହୁ ଓ ତାଙ୍କର ଚାରି ଚକିଆ ଗାଡିକୁ ଉଠେଇ ନେଇଛି ପୋଲିସ। ଏକ ଅଜ୍ଞାତ ସ୍ଥାନରେ ଚାଲିଛି ଶିକ୍ଷୟିତ୍ରୀ ନିଖୋଜ ପଛର ଛାନଭିନ।

ତେବେ ଘଟଣା ଥାନାରେ ଥିବାବେଳେ, ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ବିଗତ ଦିନରେ ଘଟିଥିବା ଶ୍ରୀମସ୍କା ଆବାସିକ ବିଦ୍ୟାଳୟ ଘଟଣାର ପୁନରାବୃତ୍ତି ନୁହେଁ ତ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.