ETV Bharat / state

କଳାହାଣ୍ଡିରେ ଆଉ ୧୧  କୋରୋନା ପଜିଟିଭ ଚିହ୍ନଟ

author img

By

Published : Jul 27, 2020, 3:22 AM IST

କଳାହାଣ୍ଡି ଜିଲ୍ଲାରେ ଆଉ ୧୧ କୋରୋନା ଆକ୍ରାନ୍ତ ଚିହ୍ନଟ । ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି କି କଳାହାଣ୍ଡିର କୋରୋନା ସ୍ଥିତି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ଆଉ ୧୧ ଜଣ କୋରୋନା ପଜିଟିଭ ଚିହ୍ନଟ
କଳାହାଣ୍ଡିରେ ଆଉ ୧୧ ଜଣ କୋରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ୧୧ ଜଣ କୋରୋନା ପଜିଟିଭ ଚିହ୍ନଟ । ସ୍ଥାନୀୟ ସଂକ୍ରମଣ ଚିହ୍ନଟ ପରେ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି । ସେପଟେ ସାଧାରଣ ଲୋକେ ଏନେଇ ଆତଙ୍କିତ ।

କଳାହାଣ୍ଡିରେ ଆଉ ୧୧ ଜଣ କୋରୋନା ପଜିଟିଭ ଚିହ୍ନଟ

ରବିବାର କଳାହଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୧ ଜଣ ଆକ୍ରାନ୍ତ ବ୍ୟକ୍ତି ପୂର୍ବ ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଭବାନୀପାଟଣା ସହରର ସେମାନଙ୍କ ମଧ୍ୟରେ ୨ ଜଣ କୋରନା ଯୋଦ୍ଧା ପୋଲିସ କର୍ମଚାରୀ ରହିଛନ୍ତି । ସେପଟେ ନର୍ଲା ଅଞ୍ଚଳରୁ ମଧ୍ୟ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେ ମଧ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି।

ଆକ୍ରାନ୍ତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜାରି ରାହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ କୁ ପହଞ୍ଚିଥିବା ବେଳେ ୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.