ଝାରସୁଗୁଡାରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌

author img

By

Published : Dec 23, 2022, 10:23 PM IST

BJP press conference

ଝାରସୁଗୁଡ଼ାରେ ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରୀତା ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ

ବିଜେପିର ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା: ସହରର ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ମହିଳା ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଝାଡ଼ଖଣ୍ଡ ବିଜେପିର ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରୀତା ଶର୍ମା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ତାଙ୍କ ସହ ରାଜ୍ୟ ବିଜେପି ନେତ୍ରୀ ସେବତୀ ନାଏକ ଯୋଗ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି ।

ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ରୀତା ଶର୍ମା କହିଛନ୍ତି, "କେନ୍ଦ୍ର ସରକାର ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି । କିନ୍ତୁ ଓଡ଼ିଶା ସରକାର କୌଣସି ସୁବଧା ଯୋଗାଇ ଦେଉନାହାନ୍ତି । ଏହାକୁ ନେଇ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଏଠାରେ ଲାଗୁ କରାଯାଇ ନାହିଁ । ରାଜ୍ୟ ସରକାର ଲୋକଙ୍କ ପାଇଁ କିଛି କାମ କରୁନାହାନ୍ତି । ଅଡ଼ାପଡ଼ା, ଲଖନପୁର, ବେଲ ପାହାଡ଼ ଆଦି ଅଞ୍ଚଳ ମୁଁ ବୁଲି ଦେଖିଲି ।"

ରାଜ୍ୟ ସରକାର ନାରୀମାନଙ୍କୁ ତାଙ୍କ ହକ୍ ଅଧିକାରୀ ଦେଉନାହାନ୍ତି କେନ୍ଦ୍ର ଦେଉଥିବା ସୁବିଧାକୁ ରାଜ୍ୟ ସରକାର ନିଜ ଯୋଜନା ବୋଲି କହିଛନ୍ତି । ଝାରସୁଗୁଡା ଆସି ଯାହା ବି ଦେଖିଲେ ତାକୁ ଯାଇ କେନ୍ଦ୍ରରେ ରୀପୋର୍ଟ କରିବେ ବୋଲି ମହିଳା ନେତ୍ରୀ କହିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଜାତୀୟ ସ୍ଥରର ନେତାଏ ଏବେ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି । ଏହି କ୍ରମରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ରୀତା ଶର୍ମା ଆଜି ଝାରସୁଗୁଡ଼ା ଗସ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.