ଜନ୍ମମାଟିକୁ ଫେରିଲେ ଓଡିଆ ହକି ଖେଳାଳି, ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

author img

By

Published : Aug 21, 2021, 6:56 PM IST

ଜନ୍ମମାଟିକୁ ଫେରିଲେ ଓଡିଆ ହକି ଖେଳାଳି, ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚିବା ପରେ ନିଜ ଜନ୍ମମାଟି ସୁନ୍ଦରଗଡକୁ ଫେରିଛନ୍ତି ଓଡିଆ ହକି ଖେଳାଳି । ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ ପରେ ଭବ୍ୟ ସମ୍ବର୍ଦ୍ଧନା ସହ ଖେଳାଳିଙ୍କୁ ସ୍ବାଗତ । ଅଧିକ ପଢନ୍ତୁ...

ଝାରସୁଗୁଡା: ଜନ୍ମମାଟିରେ ଅଲମ୍ପିକ୍ସ ଷ୍ଟାର । ଟୋକିଓ ଅଲମ୍ପିକ୍ସରେ ଇତିହାସ ରଚି ନିଜ ଜନ୍ମମାଟି ସୁନ୍ଦରଗଡକୁ ଫେରିଛନ୍ତି ଓଡିଆ ହକି ଖେଳାଳି । ଭାରତୀୟ ପୁରୁଷ ଓ ମହିଳା ହକି ଟିମର ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସା ଏକ୍କା ଓ ନମିତା ଟପ୍ପୋ ଘର ବାହୁଡିଛନ୍ତି । ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ବାଗତ କରାଯାଇଛି ।

ଜନ୍ମମାଟିକୁ ଫେରିଲେ ଓଡିଆ ହକି ଖେଳାଳି, ବିମାନ ବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

ଝାରସୁଗୁଡ଼ା ବିମାନ ବନ୍ଦରରେ ସେମାନେ ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟ ସଙ୍ଗୀତ ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦର ପରିସର ତାଙ୍କ ସ୍ଵାଗତ ପାଇଁ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇ ଉଠିଥିଲା । ଝାରସୁଗୁଡ଼ା ଓ ତାଙ୍କ ନିଜସ୍ଵ ଜିଲ୍ଲା ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରୁ ଲୋକେ ତାଙ୍କୁ ସ୍ବାଗତ କରିବା ଓ ଦେଖିବା ଉଦ୍ଦେଶ୍ୟର ସେଠାରେ ଭିଡ ଜମାଇଥିଲେ । ପୂର୍ବରୁ କୌଣସି ବ୍ୟକ୍ତି ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ଏଭଳି ଭିଡ ଦେଖିବାକୁ ମିଳି ନଥିବା ବେଳେ ଆଜି ଏହି ସ୍ଥାନ ଉତ୍ସବମୁଖର ହୋଇଉଠିଥିଲା ।

ଅନ୍ୟପଟେ 'ଅଲମ୍ପିକ୍ସରେ ଦମଦାର ସଫଳତା ପାଇବା ପରେ ଗାଁକୁ ଫେରୁଥିବାରୁ ବହୁତ ଖୁସି ଲାଗୁଛି । ଯାହା ବଖାଣିବା ପାଇଁ ପାଖରେ ଶବ୍ଦ ନାହିଁ' ବୋଲି କହିଛନ୍ତି ଅଲମ୍ପିକ୍ସ ଷ୍ଟାର ଅମିତ ରୋହିଦାସ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.