ETV Bharat / state

ପ୍ରଥମ ଦିନରେ ତାରକା ଗହଳିରେ ଝଲସିଲା ନୂଆଖାଇ ଭେଟଘାଟ ମଞ୍ଚ

author img

By ETV Bharat Odisha Team

Published : Sep 24, 2023, 9:09 AM IST

Updated : Sep 24, 2023, 12:30 PM IST

ପ୍ରଥମ ଦିନରେ ତାରକା ଗହଳିରେ ଝଳସିଲା
ପ୍ରଥମ ଦିନରେ ତାରକା ଗହଳିରେ ଝଳସିଲା

ଝାରସୁଗୁଡାରେ ନୂଆଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ବଡ ଆଡମ୍ୱର ସହକାରେ ପାଳନ କରାଯାଇଛି । ଭେଟଘାଟ କାର୍ଯ୍ୟକ୍ରମକୁ ଅଧିକ ଚିତ୍ତାକର୍ଷକ କରିବା ପାଇଁ ନବ ଦାସ ଫାଉଣ୍ଡେସନ ତରଫରୁ ଭବ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିନେ ତାରକାମାନେ ମଧ୍ୟ ଯୋଗ ଦେଇଛନ୍ତି ।

ପ୍ରଥମ ଦିନରେ ତାରକା ଗହଳିରେ ଝଳସିଲା

ଝାରସୁଗୁଡା: ଝାରସୁଗୁଡାରେ ନୂଆଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ବଡ଼ ଆଡମ୍ୱର ସହକାରେ ପାଳନ କରାଯାଇଛି । ଭେଟଘାଟ କାର୍ଯ୍ୟକ୍ରମକୁ ଅଧିକ ଚିତ୍ତାକର୍ଷକ କରିବା ପାଇଁ ନବ ଦାସ ଫାଉଣ୍ଡେସନ ତରଫରୁ ଭବ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିନେ ତାରକାମାନେ ମଧ୍ୟ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ଓଲିଉଡ ଅଭିନେତ୍ରୀ ଶୀତଲ ଓ ତମନ୍ନା, ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ପ୍ରମୁଖ ଯୋଗ ଦେଇଥିଲା ବେଳେ ଦ୍ୱିତୀୟ ଦିନରେ ବଲିଉଡ କଳାକାର ଯୋଗ ଦେବେ ।

ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଖାଇ ପାଳନ ପରେ ଭେଟଘାଟ କାର୍ଯ୍ୟକ୍ରମ କରାଯାଇଥାଏ । ଶନିବାର ଦିନ ଝାରସୁଗୁଡ଼ା ସହର ସ୍ଥିତ ସରବାହାଲଠାରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ନୂଆଖାଇ ଭେଟଘାଟ ପାଳିତ ହୋଇଯାଇଛି । ଦୁଇଦିନ ପର୍ଯ୍ୟନ୍ତ ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଚାଲିବ ଏହି ଉତ୍ସବ । ପ୍ରଥମ ଦିନରେ ବିଭିନ୍ନ ସଂଗଠନ, ସଂସ୍ଥାର ଯୁବକ ଯୁବତୀ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାର ଆସି ନିଜ କଳା ପ୍ରଦର୍ଶନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସିନେ ତାରକା ନଜର ଆସିଛନ୍ତି । ପ୍ରଥମ ଦିନରେ ଓଲିଉଡ ଅଭିନେତ୍ରୀ ଶୀତଲ ଓ ତମନ୍ନା, ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ପ୍ରମୁଖ ଯୋଗ ଦେଇଥିଲା ବେଳେ ଦ୍ୱିତୀୟ ଦିନରେ ବଲିଉଡ୍‌ କଳାକାର ଗୋବିନ୍ଦା ଯୋଗଦେବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ..ସରିଲା ନୂଆଖାଇ, ଭେଟଘାଟ ତିହାରରେ ଦୁଲୁକୁଛି ବୌଦ୍ଧ

ପ୍ରଥମ ଦିନରେ ପାରମ୍ପରିକ ଢଙ୍ଗରେ ମଞ୍ଚରେ ମନ୍ତ୍ରୀ ରିତା ସାହୁ, କଟକ ମେୟର ତଥା ପୂର୍ବତନ ସାଂସଦ ସୁବାସ ସିଂହ ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ବିଧାୟିକା ଦୀପାଳି ଦାସ ଦୀପ ପ୍ରଜ୍ବଳନ କରି ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଶ୍ଚିମ ଓଡ଼ିଶାର କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ଡ.ଅର୍ଚ୍ଚନା ପାଢ଼ୀଙ୍କ ଗୀତରେ ଝୁମିଥିଲେ ଝାରସୁଗୁଡ଼ାବାସୀ । ଏହି କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ , ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର , ତମନ୍ନା ବ୍ୟାସ ପ୍ରମୁଖ ନିଜ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରାଇଥିଲେ । ଏହା ସହିତ ପାରମ୍ପରିକ ଲୋକନୃତ୍ୟ ରସରକେଲି, ମାଇଲାଜଡ଼, ଡାଲଖାଇରେ ଝାରସୁଗୁଡ଼ାବାସୀ ବେଶ ଉପଭୋଗ କରିଥିଲେ । ଓଲିଉଡ୍‌ ତାରକା ଶୀତଲ ପାତ୍ରଙ୍କ ଝିଲମିଲ ଓ ରିମଝିମ୍ ପାନି ଗୀତର ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ରବିବାର ନୂଆଖାଇ ଭେଟଘାଟ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated :Sep 24, 2023, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.