ETV Bharat / state

Naba Das Murder Case: ୧୪କୁ ଘୁଞ୍ଚିଲା ଗୋପାଳର ଡିସ୍‌ଚାର୍ଜ୍‌ ପିଟିସନ ଶୁଣାଣି

author img

By ETV Bharat Odisha Team

Published : Sep 2, 2023, 9:17 PM IST

ଆସନ୍ତା ୧୪ ତାରିଖକୁ ଘୁଞ୍ଚିଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସର ଡିସ୍‌ଚାର୍ଜ ଫ୍ରେମର ଶୁଣାଣି । ଜଜ୍ ଅନୁପସ୍ଥିତ ରହିବାରୁ ଶୁଣାଣି ତାରିଖ ଆସନ୍ତା ୧୪ ତାରିଖକୁ ଘୁଞ୍ଚିଥିବା ସୂଚନା । ଅଧିକ ପଢ଼ନ୍ତୁ

୧୪କୁ ଘୁଞ୍ଚିଲା ଗୋପାଳର ଡିସ୍‌ଚାର୍ଜ୍‌ ପିଟିସନ ଶୁଣାଣି
୧୪କୁ ଘୁଞ୍ଚିଲା ଗୋପାଳର ଡିସ୍‌ଚାର୍ଜ୍‌ ପିଟିସନ ଶୁଣାଣି

ଝାରସୁଗୁଡ଼ା: ଆସନ୍ତା ୧୪ ତାରିଖକୁ ଘୁଞ୍ଚିଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସର ଡିସ୍‌ଚାର୍ଜ ଫ୍ରେମର ଶୁଣାଣି । ଆଜି ଡିସ୍‌ଚାର୍ଜ ଫ୍ରେମର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ଶୁଣାଣି ହେବାର ଥିଲା । ହେଲେ ଜଜ୍ ଅନୁପସ୍ଥିତ ରହିବାରୁ ଶୁଣାଣି ତାରିଖ ଆସନ୍ତା ୧୪ ତାରିଖକୁ ଘୁଞ୍ଚିଥିବା ସୂଚନା ଦେଇଛନ୍ତି ଗୋପାଳଙ୍କ ଓକିଲ ନରେଶ ନାଏକ ।

୧୪କୁ ଘୁଞ୍ଚିଲା ଗୋପାଳର ଡିସ୍‌ଚାର୍ଜ୍‌ ପିଟିସନ ଶୁଣାଣି

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ସୁରକ୍ଷା ଦାୟିତ୍ବରେ ଥିବା ଏଏସ୍‌ଆଇ ଗୋପାଳ ଦାସ । ନବ ଦାସଙ୍କୁ ଗୁଳି କରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ତଦନ୍ତ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ ହୋଇସାରିଛି । ଗତ ଅଗଷ୍ଟ ୯ ତାରିଖରେ ଚାର୍ଜଫ୍ରେମ୍‌ରେ ଗୋପାଳର ଶୁଣାଣି ହେବାର ଥିଲା । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରୁ ଆଣି ଝାରସୁଗୁଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ହେଲେ ଚାର୍ଜଫ୍ରେମ୍‌ରେ ଗୋପାଳର ଶୁଣାଣି ହେବା ପୂର୍ବରୁ ତାଙ୍କ ଓକିଲ ନରେଶ ନାୟକ ଡିସ୍‌ଚାର୍ଜ୍‌ ପିଟିସନ ଦାଖଲ କରିଥିଲେ । ଯେଉଁଥିପାଇଁ ଶୁଣାଣି ତାରିଖ ଅଗଷ୍ଟ ୨୧କୁ ରଖିଥିଲେ କୋର୍ଟ । ହେଲେ ସେଦିନ ମାଜିଷ୍ଟ୍ରେଟ୍‌ଙ୍କ ଅନୁପସ୍ଥିତି ଯୋଗୁଁ ଆଜି ଶୁଣାଣି ହାବାର ଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Naba Das Murder Case: ଗୋପାଳର ଓକିଲ କହିଲେ ଦରକାର ପଡ଼ିଲେ ସୁପ୍ରିମକୋର୍ଟ୍‌ ଯିବୁ

କିନ୍ତୁ ଆଜି କୋର୍ଟ ଛୁଟି ଥିବାରୁ ଏହାର ଶୁଣାଣୀ ପରବର୍ତ୍ତୀ ତାରିଖ ଆସନ୍ତା ୧୪କୁ ଧାର୍ଯ୍ୟ କରାଯାଇଛି । ତେବେ ବର୍ତ୍ତମାନ ଏକ ନୂତନ ତଥ୍ୟ ପଦାକୁ ଆସିଛି । ଗୋପାଳ ଦାସଙ୍କ ଓକିଲ ନରେଶ ନାଏକଙ୍କ କହିବା ଅନୁଯାୟୀ ଗୋପାଳ ଦାସ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ ବୋଲି ତାଙ୍କର ପକ୍ଷ ରଖାଯାଇଛି । ସେ କହିଛନ୍ତି, "ଏହି କେସରେ କ୍ରାଇମବ୍ରାଞ୍ଚର ଯେଉଁ ତଦନ୍ତ ହେଇଥିଲା, ଏଥିରେ ଗୋପାଳର ମାନସିକ ବିକୃତିକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଇଛି । ବର୍ତ୍ତମାନର ତଥ୍ୟ ଓ ଗୋପାଳର ପାରିବାରିକ ତଥ୍ୟ ଅନୁଯାୟୀ ଚୌଦ୍ଵାର ଜେଲରେ ପ୍ୟାନେଲ୍‌ ଡାକ୍ତରଙ୍କ ଦ୍ବାରା ତାଙ୍କ ମାନସିକ ବିକୃତି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ଓ ଡାକ୍ତରଙ୍କ ଦ୍ଵାରା ଚିକିତ୍ସିତ ଅବସ୍ଥାରେ ଅଛନ୍ତି ଗୋପାଳ । ଏପରିକି ତାଙ୍କୁ କିଛି ଏଭଳି ମେଡିସିନ ମଧ୍ୟ ଦିଆଯାଇଛି ଯାହା କେବଳ ମାନସିକ ଭାରସାମ୍ୟ ହରାଇଥିବା ବା ସିଜୋପୋର୍ଣ୍ଣିଆ ନାମକ ମାନସିକ ବିକୃତି ଥିବା ରୋଗୀଙ୍କୁ ହିଁ ଦିଆଯାଏ ।" ବର୍ତ୍ତମାନ ଦେଖିବାର ଅଛି ୧୪ ତାରିଖରେ ଏନେଇ କଣ ରାୟ ଦେଉଛନ୍ତି କୋର୍ଟ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.