ETV Bharat / state

ଝାରସୁଗୁଡା ପୋୖରାଞ୍ଚଳରେ ଖୋଲିଲା ‘ମୋ ସରକାର’ ଡେସ୍କ

author img

By

Published : Jan 3, 2020, 3:06 AM IST

mo-sarkar-special-desk-innagurated-by-jharsuguda-collectorate
ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା

ମୋ ସରକାର ଯୋଜନାର ସ୍ବତନ୍ତ୍ର କକ୍ଷ ଝାରସୁଗୁଡା ପୋୖରାଞ୍ଚଳରେ ଉଦଘାଟନ କଲେ ଜିଲ୍ଲାପାଳ ସରୋଜ କୁମାର ସାମଲ ।

ଝାରସୁଗୁଡା : ପୌରାଞ୍ଚଳରେ ଖୋଲିଲା ମୋ ସରକାର କକ୍ଷ । ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ସ୍ଵତନ୍ତ୍ର କକ୍ଷକୁ ଉଦଘାଟନ କରିଛନ୍ତି । ଏହା ଦ୍ବାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପୌରାଞ୍ଚଳ ହୋଲଡିଂ ଟିକସ ,ଟ୍ରେଡ଼ ଲାଇସେନ୍ସର ଅନୁମତି ପତ୍ର କାର୍ଯ୍ୟକାରୀ ହେବ ।

ଝାରସୁଗୁଡା ପୋୖରାଞ୍ଚଳରେ ଆରମ୍ଭ ହେଲା ମୋ ସରକାର ଡେସ୍କ

ଝାରସୁଗୁଡା ପୌରାଞ୍ଚଳରେ ହୋଲଡିଂ ଟିକସ ଓ ବ୍ୟବସାୟ ପାଇଁ ଆବଶ୍ୟକ ଟ୍ରେଡ଼ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟକୁ ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ବ୍ୟକ୍ତି ଟ୍ରେଡ଼ ଲାଇସେନ୍ସ ଆବେଦନ କରିବା ସପ୍ତାହକ ମଧ୍ୟରେ କାର୍ଯ୍ୟ ସାରିବାକୁ ପୌର ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀ ଠିକ ଭାବରେ ଅର୍ଥ ପାଇପାରୁଛି କି ନାହିଁ ତାହା ମଧ୍ୟ ମୋ ସରକାର ଯୋଜନା ଦ୍ବାରା ତଦାରଖ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ପୋୖରାଞ୍ଚଳ ରେ ଖୋଲିଲା ମୋ ସରକାର ଡେସ୍କ।ଜିଲ୍ଲାପାଳ ସରୋଜ ସାମଲ ଏହି ସ୍ଵତନ୍ତ୍ର କକ୍ଷକୁ ଉଦଘାଟନ କରି ପୋୖରାଞ୍ଚଳ ରେ ହୋଲଡିଂ ଟିକସ ଓ ବ୍ୟବସାୟ ପାଇଁ ଆବଶ୍ୟକ ଟ୍ରେଡ଼ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ କୁ ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ବୋଲି ଜିଲ୍ଲାପାଳ ଘୋଷଣା କରି ଆବେଦନର ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ବାଇଟ--ସରୋଜ କୁମାର ସାମଲ,ଜିଲ୍ଲାପାଳBody:.Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.