ETV Bharat / state

ବିଶ୍ବରେକର୍ଡ ପାଇଁ ନାଟକ 'କାଏନଜୁରୀ' ମଞ୍ଚସ୍ଥ, ବିନା ବ୍ରେକରେ ୧୦୦ ନାଟକ ହେବ ପ୍ରଦର୍ଶିତ

author img

By ETV Bharat Odisha Team

Published : Dec 2, 2023, 8:06 PM IST

Kainjuri drama to create world record
Kainjuri drama to create world record

ବିଶ୍ବ ରେକର୍ଡ ପାଇଁ ଝାରସୁଗୁଡ଼ା ମିରର ଥିଏଟରରେ ଆରମ୍ଭ ହୋଇଛି ନାଟକ 'କାଏନଜୁରୀ' । ବିନା ବ୍ରେକରେ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ ୧୦୦ଟି ନାଟକ । ଅଧିକ ପଢନ୍ତୁ

ବିନା ବ୍ରେକରେ ୧୦୦ ନାଟକ ହେବ ପ୍ରଦର୍ଶିତ

ଝାରସୁଗୁଡ଼ା: ନାଟକ ପ୍ରଦର୍ଶନରେ ବିଶ୍ବ ରେକର୍ଡ କରିବ ଝାରସୁଗୁଡା ଜିଲ୍ଲା ବେଲପାହାଡର ମିରର ଥିଏଟର । ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟର ମଞ୍ଚରେ ବିଶ୍ବ ରେକର୍ଡ ପାଇଁ ସବୁଠାରୁ ଲମ୍ବା ଅବଧିର ୪୮ ଘଣ୍ଟିଆ ସମ୍ବଲପୁରୀ ନାଟକ ‘କାଏନଜୁରି' ପ୍ରଦର୍ଶନ ଆରମ୍ଭ ହୋଇଛି । ଏହି କାଏନଜୁରିରେ ମିରର୍ ଥଏଟର ୧୦୦ ଗୋଟି ନାଟକକୁ ବିନା ବ୍ରେକରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶନ ହେଉଛି । ଏହି ନାଟକକୁ ବିଭିନ୍ନ ବିଶ୍ଵ ରେକର୍ଡ଼ ପାଇଁ ଆବେଦନ କରାଯାଇଛି ।

ଏହି ନାଟକ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ଟା ୪୫ ମିନିଟରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩ ତାରିଖ ସନ୍ଧ୍ୟା ୭ରେ ସମାପ୍ତ ହେବ । ଏହି ନାଟକରେ ୨୦୦ରୁ ଅଧିକ କଳାକାର ଅଭିନୟ କରୁଛନ୍ତି । ଦେଢ଼ ମାସର ଛୋଟ ଶିଶୁଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଏହି କାଏନଜୁରିରେ ମିରର୍ ଥଏଟର ଶହେ ଗୋଟି ନାଟକକୁ ବିନା ବ୍ରେକରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶନ କରିବ । ଏହି ନାଟକକୁ ବିଭିନ୍ନ ବିଶ୍ଵ ରେକର୍ଡ ପାଇଁ ଆବେଦନ କରାଯାଇଛି ।

ଏହା ବି ପଢନ୍ତୁ- ବିଶ୍ୱ ରେକର୍ଡ ଲକ୍ଷ୍ୟରେ ସମ୍ବଲପୁରୀ ନାଟକ ‘କାଏନଜୁରି'

୪୮ ଘଣ୍ଟା ଧରି ଏହି ନାଟକ ପ୍ରଦର୍ଶିତ ହେଲେ ବିଶ୍ବର ସବୁଠୁ ଲମ୍ବା ସମୟ ଧରି ପ୍ରଦର୍ଶିତ ହୋଇଥିବା ନାଟକ ଭାବରେ କୀର୍ତ୍ତି ଅର୍ଜନ କରିବ । ନାଟକ ଲାଲ ପାଏନରୁ ଆରମ୍ଭ ହୋଇ ଦୂର ଆକାଶେ, ଗାଁ, ଟ୍ରାଫିକ ପୋଷ୍ଟ, ବେକାର, ହନୁମାନ ପଇସା, ଗୁଗୁଲ ମ୍ୟାପ, ଗୁରୁ ଚେଲା, ଚେହେରା ପରି ୧୦୦ଟି ନାଟକ ପ୍ରଦର୍ଶିତ ହେଉଛି । ନାଟକ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମୁଛି । ନାଟ୍ୟ ଇତିହାସରେ ମିରର ଥିଏଟର ଏହିଭଳି ପ୍ରୟାସକୁ ଉପସ୍ଥିତ ଅତିଥି, ନାଟ୍ୟକାର, ନେତା ତଥା ଦର୍ଶକମାନେ ପ୍ରଶଂସା କରିଛନ୍ତି ।

ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ କରି ବିଶ୍ବରେକର୍ଡ କରି ମିରର ଥିଏଟର କେବଳ ଝାରସୁଗୁଡା ପାଇଁ ନୁହେଁ ବରଂ ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହା ନାଟକ କ୍ଷେତ୍ରରେ ଜଡିତ ସମସ୍ତଙ୍କୁ ଉତ୍ସାହିତ କରିବ ଏବଂ ଆଗାମୀ ପୀଢ଼ିର କଳାକାରଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମିରର ଥିଏଟରର ନିର୍ଦ୍ଦେଶକ ସୁବାଷ ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.