ଭଡାଘରୁ ମିଳିଲା ମାଜିଷ୍ଟ୍ରେଟଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହ

author img

By

Published : Sep 24, 2021, 8:55 AM IST

ମାଜିଷ୍ଟ୍ରେଟଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ । ଅଧିକ ପଢନ୍ତୁ...

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର । ସେ ରହୁଥିବା ଭଡାଘରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ନେପାଳ ଚଣ୍ଡେଲ । ଭଡାଘରେ ବେକରେ ଗାମୁଛା ବାନ୍ଧି ପଙ୍ଖାରେ ଝୁଲି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମାଜିଷ୍ଟ୍ରେଟଙ୍କ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନାଯୋଗ୍ୟ, ମୃତ ଡ୍ରାଇଭର ଜଣକ ଅବିବାହିତ ଥିଲେ । ସେ ଗୁରୁବାର ମାଜିଷ୍ଟ୍ରେଟଙ୍କୁ ନେଇ ଲଇକେରା ଯାଇଥିଲେ । ହେଲେ ଅପରାହ୍ନରେ ଫେରିବା ପରେ ଆଉ ଡ୍ୟୁଟି ଯାଇନଥିଲେ । ଏହାପରେ ସେ ରହୁଥିବା ଭଡାଘରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ମୃତକଙ୍କ ସହ ଘରେ ଆଉ କେହି ନଥିବାରୁ ପରିବାର ଲୋକେ ଆସିବାକୁ ପୋଲିସ ଅପେକ୍ଷା କରିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.