ବାପାଙ୍କ ସ୍ବପ୍ନ ପୁରା କରିବି: ଦିପାଳୀ ଦାସ

author img

By

Published : Feb 17, 2023, 1:15 PM IST

Nab Das daughter Deepil on Jharsuguda development

ଝାରସୁଗୁଡ଼ା ଜିଲ୍ଲାକୁ ସୁସ୍ଥ ରଖିବା ନେଇ ବାପା ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ନେଇ ଏକ ଆମ୍ବୁଲାନ୍ସ ସେବାର ଆରମ୍ଭ କରିଛନ୍ତି ନବ ଦାସଙ୍କ ଝିଅ ଦିପାଳୀ ଦାସ । ଅଧିକ ପଢନ୍ତୁ

Nab Das daughter Deepil on Jharsuguda development

ଝାରସୁଗୁଡା: ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ଝିଅ ଦିପାଳୀ ଦାସ । ଝାରସୁଗୁଡ଼ା ଜିଲ୍ଲାକୁ ସୁସ୍ଥ ରଖିବା ନେଇ ବାପା ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ । ସମସ୍ତଙ୍କ ସହଯୋଗ ଏବଂ ସମସ୍ତଙ୍କୁ ନେଇ ଝାରସୁଗୁଡ଼ାର ବିକାଶ ହେବ । ସ୍ବର୍ଗତ ନବ କିଶୋର ଦାସ ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ଦେଇଥିବା ସେବା ପ୍ରତିଶ୍ରୁତିକୁ ତାଙ୍କ ଝିଅ ଦିପାଳୀ ଦାସ ଆଗକୁ ନେବେ ବୋଲି ଝାରସୁଗୁଡ଼ାବାସୀଙ୍କ ପାଇଁ ଏକ ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି ।

ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାର ଅଡିଟୋରିୟନ ଠାରେ ଆମ୍ବୁଲାନ୍ସ ସେବା ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରସିଂହ ବିଷ୍ଣୁ ପ୍ରିୟା ଟ୍ରଷ୍ଟର ଟ୍ରଷ୍ଟି ଦିପାଳୀ ଦାସ ଯୋଗ ଦେଇ ଆମ୍ବୁଲାନ୍ସକୁ ଉଦଘାଟନ କରିଥିଲେ । ଲୋକଙ୍କ ସେବା ପାଇଁ ଆମ୍ବୁଲାନ୍ସ ସମର୍ପିତ କରିଥିଲେ । ସ୍ବର୍ଗତ ନବ ଦାସଙ୍କୁ ସମସ୍ତ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗୋଟେ ମିନିଟ ଧରି ନୀରବ ପ୍ରାର୍ଥନା କରିଥିଲେ ।

ବିକାଶ ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇଛୁ । ଯାହା ନାମରେ କରୁଛୁ ସେ ଆଜି ଏଠି ନାହାନ୍ତି । ଏହି ସ୍ଥାନରେ କିଛି କହିବା ପୂର୍ବରୁ ପ୍ରଥମେ ମୋ ବାପା ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଥିବା କହିଥିଲେ ଝିଅ ଦୀପାଳି ଦାସ ।

‘‘ବାପା ସବୁବେଳେ ଝାରସୁଗୁଡା ପାଇଁ ଚିନ୍ତା କରୁଥିଲେ । ବିକାଶ ନେଇ ସବୁବେଳେ କାର୍ଯ୍ୟ କରୁଥିଲେ । ସେ ଶୋଇବା,ବସିବା ସମୟରେ ସବୁବେଳେ ଚିନ୍ତା କରୁଥିଲେ କିପରି ଝାରସୁଗୁଡ଼ାର ବିକାଶ ହୋଇପାରିବ । ଯେତେବେଳେ ବାହାରୁ ମୁଁ ପଢି କି ଆସିଥିଲି ସେତେବେଳେ ମୋ ବାପା କହିଥିଲେ ମାନବ ସେବା ହିଁ ଭଗବାନଙ୍କ ସେବା ।’’ ବୋଲି ଝିଅ ଦୀପାଳି କହିଛନ୍ତି । ଖିଦମଦ ସଂଗଠନ ପକ୍ଷରୁ ଝାରସୁଗୁଡା ମଙ୍ଗଳବାର ସ୍ଥିତ ଅଡ଼ିଟୋରିୟମ ପରିସରରେ ଦିବଙ୍ଗତ ନେତା ନଵଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ଝିଅ ସୁଶ୍ରୀ ଦୀପାଳି ଯୋଗଦେଇ ଏହା କହିଥିଲେ ।

ସେ ଆହୁରି କହିଥିଲେ ମୋର ବାପାଙ୍କ ସମସ୍ତ କାମକୁ ପୂରଣ କରିବି । ଝାରସୁଗୁଡା ନୂତନ ନିର୍ମାଣର ସ୍ବପ୍ନ ଦେଖିଥିବା ମୋର ବାପାଙ୍କ ସମସ୍ତ ସ୍ବପ୍ନକୁ ଆମେ ଝାରସୁଗୁଡାବାସୀ ପୂରଣ କରିବୁ । ହତ୍ୟା ପଛର ପ୍ରକୃତ କାରଣ ଜଣାପଡିନାହିଁ । ଏନେଇ ଦିପାଳୀ ପ୍ରତିକ୍ରିୟା ଦେଇ କହିଛନ୍ତି କି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ଏହି ଘଟଣାକୁ ନେଇ ମୁଁ ଓ ମୋ ପରିବାର ପୁରା ଭାଙ୍ଗି ପଡିଛୁ । ଏହି ସଭାରେ ପୌରାଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ ଏବଂ ବରିଷ୍ଠ ବିଜେଡି ନେତା ବିଶିଷ୍ଟ ସମାଜସେବୀ ଗଣ ଯୋଗ ଦେଇଥିଲେ ।

ପ୍ରକାଶ ଥାଉ କି, ଗତ ଜାନୁଆରୀ ମାସ 29 ତାରିଖରେ ନବ କିଶୋର ଦାସଙ୍କୁ ଗୁଳିମାଡ ହୋଇଥିଲା । ଝାରସୁଗୁଡାରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତୁରନ୍ତ ତାଙ୍କୁ ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ରାତି ପ୍ରାୟ ସାଢେ 7ଟାରେ ନବ କିଶୋର ଦାସଙ୍କ ବିୟୋଗ ହୋଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ବାର ଜେଲରେ ରହିଛି । ଘଟଣାର ତଦନ୍ତ ଜାରି ରହିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେବା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ରହିଛି ।

ଇଟିଭି ଭାରତ, ଝାରସୁୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.