MSP କାରଖାନାର ମନମୁଖି କାର୍ଯ୍ୟ ବିରୁଦ୍ଧରେ ଦାବିପତ୍ର

author img

By

Published : Sep 14, 2022, 9:03 AM IST

MSP କାରଖାନାର ମନମମୁଖି କାର୍ଯ୍ୟ ବିରୁଦ୍ଧରେ ଦାବିପତ୍ର

MSP ମେଟାଲିକସ କାରଖାନାରେ ଚାଲିଛି ବେଆଇନ କାମ । ଓଡିଶା ସରକାରଙ୍କ ନିୟମାବଳୀକୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଝାରସୁଗୁଡା ବଞ୍ଚାଓ ସମିତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ମଙ୍ଗଳବାର ଝାରସୁଗୁଡା ବଞ୍ଚାଓ ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଝାରସୁଗୁଡା ମରକୁଟା ଠାରେ ଥିବା MSP ମେଟାଲିକସ କାରଖାନାରେ ଚାଲିଛି ବେଆଇନ କାମ । ଏଠାରେ ଓଡିଶା ସରକାରଙ୍କ ନିୟମାବଳୀକୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା ନେଇ ଝାରସୁଗୁଡା ବଞ୍ଚାଓ ସମିତି ଧାରଣା ଦେଇଛି ।

MSP କାରଖାନାର ମନମମୁଖି କାର୍ଯ୍ୟ ବିରୁଦ୍ଧରେ ଦାବିପତ୍ର

ଏହାକୁ ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କୁ ୩ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଅଭିଯୋଗ ଅନୁସାରେ ସ୍ଥାନୀୟ ଜନସାଧାରଣଙ୍କୁ ନିଯୁକ୍ତି ନଦେବା, ପୁରୁଣା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବା କହି ସ୍ବର ଉଠାଇଛନ୍ତି ଝାରସୁଗୁଡ଼ା ବଞ୍ଚାଓ କମିଟି । କର୍ମଚାରୀଙ୍କ ସହିତ ଖେଳ ଖେଳୁଥିବା ଭଳି ଅଭିଯୋଗ କରିଛି କମିଟି । ଏହା ଉପରେ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରୁବୋଲି ସ୍ବର ଉଠାଇଛି କମିଟି ।

ସୂଚନାନୁସାରେ MSP ମେଟାଲିକସରେ ପାଖାପାଖି ୭ଶହ ଶ୍ରମିକ କାମ କରନ୍ତି । ତେବେ ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ଠିକ ସମୟରେ ପାଉଣା ମିଳୁନଥିବା ଅଭିଯୋଗ ହୋଇଛି । କମ୍ପାନୀ ନିୟମ ଅନୁସାରେ ୬୦ ବର୍ଷ ହେଲେ କାର୍ଯ୍ୟରୁ ଅବସର ଦେବା କଥା । ହେଲେ ଏଠାରେ ନିୟମକୁ ଉଲ୍ଲଘଂନ କରି ୬୦ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଅବସର ଦିଆଯାଉଛି । ଯାହାଫଳରେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି କର୍ମଚାରୀ । ଏନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି କର୍ମଚାରୀ ।

ସେଠାରେ ଜିଲ୍ଲାପାଳଙ୍କୁ ଭେଟି ସେମାଲଙ୍କ ଦାବି ଉପସ୍ଥାପନ କରିଛନ୍ତି । ତେବେ ଦାବି ଗୁଡ଼ିକ ହେଲା ୬୦ ବର୍ଷ ପୂର୍ବରୁ କର୍ମଚାରୀଙ୍କୁ ଅବସର ଦିଆନଯାଉ, ଯେଉଁମାନେ ଏଠାରେ ଜମି ଦେଇ ଭୂମିହୀନ ହୋଇଛନ୍ତି ସେମାନଙ୍କୁ କମ୍ପାନୀ ପକ୍ଷରୁ କିଛି ସୁବିଧା ସୁଯୋଗ ମିଳୁ, କମ୍ପାନୀରେ ବାହାର ଲୋକଙ୍କୁ ଚାକିରି ନଦିଆଯାଉ, ସ୍ଥାନୀୟ ଲୋକଙ୍କୁ ଅଧିକାର ଦିଆଯାଉ । ଅର୍ଥାତ୍ ଯେଉଁମାନେ ଶିକ୍ଷିତ ସେମାଲଙ୍କୁ ଏଠାରେ ନିଯୁକ୍ତି ଦିଆଯାଉ ଭଳି ଦାବି କରିଛନ୍ତି ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ଏହି ଧାରଣା ଚାଲୁ ରହିବ ବୋଲି ଗଣମାଧ୍ୟମ ସମୁଖରେ ବଞ୍ଚାଓ କମିଟି ସଭାପତି କହିଛନ୍ତି । ସେପଟେ ବଞ୍ଚାଓ କମିଟିର ସମ୍ପାଦକ କହିଛନ୍ତି ବେଆଇନ କାମ କରୁଥିବା କାରଖାନା ଉପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହାସହ କାରଖାନା ପାଇଁ କ୍ଷତି ସହୁଥିବା କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯାଉ । ନଚେତ ଏହି ଲଢ଼େଇ ଜାରି ରହିବ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.