ETV Bharat / state

ଝାରସୁଗୁଡ଼ାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ମେଡ଼ିକାଲ ଟିମ୍

author img

By ETV Bharat Odisha Team

Published : Oct 1, 2023, 11:47 AM IST

Updated : Oct 1, 2023, 2:38 PM IST

ରାଜ୍ୟରେ ସ୍କ୍ରବ ଟାଇଫସ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିମ ଯାଞ୍ଚ କରୁଛନ୍ତି । 4 ଜଣିଆ କେନ୍ଦ୍ରୀୟ ଟିମ ଝାରସୁଗୁଡା ଜିଲ୍ଲାରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଗତକାଲି ସେମାନେ ଝାରସୁଗୁଡ଼ାର ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ସେମାନଙ୍କ ସହ ରାଜ୍ୟର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି ।

ଝାରସୁଗୁଡ଼ାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ମେଡ଼ିକାଲ ଟିମ୍
ଝାରସୁଗୁଡ଼ାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ମେଡ଼ିକାଲ ଟିମ୍

ଝାରସୁଗୁଡ଼ାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ମେଡ଼ିକାଲ ଟିମ୍

ଝାରସୁଗୁଡା: ରାଜ୍ୟରେ ସ୍କ୍ରବ ଟାଇଫସ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଏହାର ସ୍ଥିତି ଅନୁଧ୍ୟାନ ପାଇଁ 4 ଜଣିଆ କେନ୍ଦ୍ରୀୟ ଟିମ ଝାରସୁଗୁଡା ଜିଲ୍ଲାରେ ପହଞ୍ଚି ଯାଞ୍ଚ କରୁଛନ୍ତି । ଗତକାଲି ସେମାନେ ଝାରସୁଗୁଡାର ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ସେମାନଙ୍କ ସହ ରାଜ୍ୟର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି ।

ଓଡ଼ିଶାରେ ସ୍କ୍ରବ ଟାଇଫସ ମାମଲା ବୃଦ୍ଧି ପାଉଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ରାଜ୍ୟରେ ପହଞ୍ଚିଛନ୍ତି । ଗତକାଲି ସେମାନେ ଝାରସୁଗୁଡା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଏହି ଟିମରେ ଡକ୍ଟର ସମୀର ଗୁଲାଟି, ଡକ୍ଟର ତୁଷାର ନାଲେ, ଡାକ୍ତର ଧରା ବି ଶାହ, ଡକ୍ଟର ଆରୁଷି ଘାଇ ସାମିଲ ଅଛନ୍ତି ।

ତେବେ ସେମାନଙ୍କ ସହ ରାଜ୍ୟର 2 ଜଣ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । କେନ୍ଦ୍ରୀୟ ଟିମ୍‌, ସିଡିଏମଓ, ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଗତକାଲି ଏନେଇ ଆଲୋଚନା ମଧ୍ୟ କରିଥିଲେ । ଗତକାଲି ସୁନ୍ଦରଗଡ଼, ସମ୍ୱଲପୁରରେ ସଂକ୍ରମଣ ସ୍ଥିତି ନେଇ ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମ୍ ।

ଏହି ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜନ ସ୍ୱାସ୍ଥ୍ୟ ଲାବରୋଟୋରୀ ଗୁଡିକରେ ଏଲିସା ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ଜରୁରୀ । ଏହି ଡାକ୍ତରୀ ଦଳ ରାଜ୍ୟ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ସମନ୍ୱୟ ରଖି ମିଳିତ ଭାବରେ କାର୍ଯ୍ୟ କଲେ ଏହି ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. Scrub Typhus: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ରୀୟ ଟିମ, ପ୍ରଭାବିତ ଅଞ୍ଚଳରେ ପରଖିଲେ ସ୍ଥିତି

ତେବେ ରାଜ୍ୟରେ ସ୍କ୍ରବ ଟାଇଫସ ମାମଲାକୁ ଦେଖି ଗତ 22 ତାରିଖରେ ଓଡିଶାକୁ ଏକ କେନ୍ଦ୍ରୀୟ ମେଡିକାଲ ଟିମ ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଗଠିତ 4 ଜଣିଆ ମେଡିକାଲ ଟିମ ଓଡ଼ିଶାରେ ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ତେବେ ଝାରସୁଗୁଡ଼ାରେ ୧୦୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ୧୧ଜଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିଲେ । ୧୧ ଜଣ ସଂକ୍ରମିତ ବର୍ତ୍ତମାନ ସୁସ୍ଥ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ଅଉ ନୂଆ ସଂକ୍ରମିତ ଚିହ୍ନଟ ହୋଇନଥିବା ସୂଚନା ଦେଇଛନ୍ତି ଏଡିଏମ୍ଓ ଏନ୍ଏମ୍ ପଣ୍ଡା ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Oct 1, 2023, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.