ETV Bharat / state

Scrub Typhus: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ରୀୟ ଟିମ, ପ୍ରଭାବିତ ଅଞ୍ଚଳରେ ପରଖିଲେ ସ୍ଥିତି

author img

By ETV Bharat Odisha Team

Published : Sep 30, 2023, 8:44 PM IST

ରାଜ୍ୟରେ ବୃଦ୍ଧି ପାଉଛି ସ୍କ୍ରବ୍‌ ଟାଇଫସ ରୋଗୀଙ୍କ ସଂଖ୍ୟା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ରାଜ୍ୟରେ ସ୍କ୍ରବ୍ ଟାଇଫସ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି । ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁରୋଧ କ୍ରମେ ସ୍କ୍ରବ୍ ଟାଇଫସକୁ ରୋକିବା ପାଇଁ ଶୁକ୍ରବାର ଏକ କେନ୍ଦ୍ରୀୟ ମେଡିକାଲ ଟିମ ଝାରସୁଗୁଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ନେଇ ଆଜି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି

ଗତ ୨୨ ତାରିଖରେ ଓଡ଼ିଶାକୁ ଏକ କେନ୍ଦ୍ରୀୟ ମେଡିକାଲ ଟିମ ପଠାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଏହି ଅବସରରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମ୍ ଓଡ଼ିଶାରେ ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରୁଥିବା ବିଜେପି ସୂଚନା ଦେଇଛି । ରାଜ୍ୟର ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ସମେତ ପାଖାପାଖି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଏହି ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ମେଡିକାଲ ସହାୟତା ଯୋଗାଇଦେବାର ନିତ୍ୟାନ୍ତ ଆବଶ୍ୟକ ବୋଲି ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ବି ପଢନ୍ତୁ- ସୁନ୍ଦରଗଡ଼ରେ ଉପରମୁହାଁ ସ୍କ୍ରବ ଟାଇଫସ ମାମଲା, ସ୍ଥିତି ପରଖିଲେ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍

ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ କେନ୍ଦ୍ରୀୟ ମେଡିକାଲ ଟିମ ଓଡ଼ିଶା ଆସି ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ତ୍ବରିତ ପଦକ୍ଷେପ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ସେପ୍ଟେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍କ୍ରବ୍‌ ଟାଇଫସ ସଂକ୍ରମଣ ଯୋଗୁଁ କିଛି ଲୋକେ ମୃତ୍ୟୁବରଣ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ସ୍ଥିତି ଅଣାୟତ ହୋଇଛି ।

ଏହା ବି ପଢନ୍ତୁ- ସୁନ୍ଦରଗଡରେ କାୟା ମେଲୁଛି ସ୍କ୍ରବ ଟାଇଫସ: 24 ଘଣ୍ଟାରେ 6 ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 206କୁ ବୃଦ୍ଧି

ଏକାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ରେ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଭାବିତ ଅଞ୍ଚଳରେ ଏହି ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ମେଡିକାଲ ସହାୟତା ଯୋଗାଇଦେବାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଏହାବାଦ ଔଷଧ ଯୋଗାଣ ସହ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ।

ଏହା ବି ପଢନ୍ତୁ- ବଲାଙ୍ଗୀରରେ ବଢୁଛି ସ୍କ୍ରବ ଟାଇଫସ ମାମଲା, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଏହି ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜନ ସ୍ବାସ୍ଥ୍ୟ ଲାବ୍ରୋଟୋରୀଗୁଡିକରେ ଏଲିସା ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ଜରୁରୀ । ଏହି ଡାକ୍ତରୀ ଦଳ ରାଜ୍ୟ ଓ ସ୍ଥାନୀୟ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ସମନ୍ବୟ ରଖି ମିଳିତ ଭାବରେ କାର୍ଯ୍ୟ କଲେ ଏହି ସଂକ୍ରମଣକୁ ରୋକାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ । ଓଡ଼ିଶାରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ଗତକାଲି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.