ସ୍ମାର୍ଟଫୋନ ଚଳାଇ ସ୍ମାର୍ଟ ଦୃଷ୍ଟିବାଧିତ ସାଜିଛନ୍ତି ଭୀମ ସା

author img

By

Published : Sep 8, 2021, 9:04 AM IST

ଇଛାଶକ୍ତି ଥିଲେ ସ୍ମାର୍ଟ ଫୋନ ବି ଚଳାଇ ପାରନ୍ତି ଦୃଷ୍ଟିହୀନ

ଇଛାଶକ୍ତି ଥିଲେ ସ୍ମାର୍ଟଫୋନ ବି ଚଳାଇ ପାରନ୍ତି ଦୃଷ୍ଟିବାଧିତ । ତେବେ ଝାରସୁଗୁଡ଼ା ସହରକୁ ଲାଗିଥିବା ଛୋଟିଆ ଗାଁ ପଞ୍ଚପଡାରେ ରୁହନ୍ତି ଦୃଷ୍ଟିହୀନ ଯୁବକ ଭୀମ ସା, ଯିଏକି ଫୋନ ନଦେଖି ମଧ୍ୟ ତାହା ବ୍ୟବହାର କରିପାରନ୍ତି । ଅଧିକ ପଢନ୍ତୁ:

ଝାରସୁଗୁଡ଼ା: ସହରକୁ ଲାଗିଥିବା ଛୋଟିଆ ଗାଁ ପଞ୍ଚପଡାରେ ରୁହନ୍ତି ଦୃଷ୍ଟିହୀନ ଯୁବକ ଭୀମ ସା । ଦୃଷ୍ଟିବାଧିତ ହୋଇ ବି କେବଳ ସ୍ପର୍ଶରେ ସବୁଥିରେ ପାରଙ୍ଗମ ଏହି ଦିବ୍ୟାଙ୍ଗ । ଶରୀରରୁ ସିନା ଅକ୍ଷମ ମାତ୍ର ମନୋବଳ ଠିକ ଏହାର ବିପରୀତ ।

ଇଛାଶକ୍ତି ଥିଲେ ସ୍ମାର୍ଟ ଫୋନ ବି ଚଳାଇ ପାରନ୍ତି ଦୃଷ୍ଟିହୀନ

ଜନ୍ମରୁ ଜଣେ ଦୃଷ୍ଟିବାଧିତ ହୋଇ ବି ଭୀଙ୍କ ପାଖରେ ଭରିରହିଛି ଭରପୁର କଳା । ଇଚ୍ଛାଶକ୍ତି ଯୋଗୁଁ ସେ ଡିଜିଟାଲ ଇଣ୍ଡିଆର ମନ୍ତ୍ରକୁ ଠିକ ବୁଝିପାରିଛନ୍ତି । ନିଜର ଇଛାଶକ୍ତି ଯୋଗୁ ସ୍ମାର୍ଟ ମୋବାଇଲ ଫୋନ ନଦେଖି ମଧ୍ୟ ସେ ତାହା ବ୍ୟବହାର କରିପାରନ୍ତି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଅବିକଳ ନକଲ କରି ଚର୍ଚ୍ଚା ସାଉଣ୍ଟିଛନ୍ତି ଏହି ଯୁବକ । ସେହିପରି ବାଲ୍ଟି ସାହାଯ୍ୟରେ ବାଦ୍ୟ ବଜାଇ ହିନ୍ଦୀ ଓଡ଼ିଆ ଓ ସମ୍ବଲପୁରୀ ଗୀତ ଅତି ସୁନ୍ଦର ଭାବରେ ଗାଇ ପାରୁଛନ୍ତି ସେ ।

ଆଗକୁ ପିଜି ପାଠ ପଢିବାକୁ ଇଚ୍ଛାଥିବା ବେଳେ ଆହୁରି ଅନେକ କିଛି କରିବେ ବୋଲି ଆଶା ଓ ଭରଷା ରଖିଛନ୍ତି । ଏପଟେ ସମ୍ବଲପୁରୀ ଗୀତ ଠୁ ଭଜନ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଳାକୁ ଆଗକୁ ନେବା ପାଇଁ ସେ ଖୋଜୁଛନ୍ତି ପ୍ଲାଟଫର୍ମ ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.