ନର୍ସିଂ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ହେଲେ ଦ୍ବାରସ୍ଥ

author img

By

Published : Sep 2, 2021, 9:31 AM IST

ନର୍ସିଂ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ତ

ଝାରସୁଗୁଡା ଜିଲ୍ଲା ବେହେରାମାଲ ସ୍ଥିତ ଜିଏନଏମ ଟ୍ରେନିଂ କଲେଜରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଝାରସୁଗୁଡା: ଜିଲ୍ଲା ବେହେରାମାଲ ସ୍ଥିତ ଜିଏନଏମ ଟ୍ରେନିଂ କଲେଜରେ ଛାତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଝାରସୁଗୁଡା ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଛାତ୍ରୀମାନଙ୍କୁ ବାଳିକା ହଷ୍ଟେଲରେ ରଖିବା ପରିବର୍ତ୍ତେ ଏକ ଭଡା ଘର ନେଇ ରଖାଯାଇଛି l ସେହି ଭଡାଘର ପରିସରରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ବିନା ପୁଅଙ୍କୁ ମଧ୍ୟ ରଖାଯାଉଛି l ଯାହାଫଳରେ ଝିଅମାନେ ସୁରକ୍ଷିତ ମନେ କରୁନାହାନ୍ତି l ଏହାସହ ହଷ୍ଟେଲ ହିସାବରେ ନିଆଯାଇଥିବା ଭଡା ଘର ଏବଂ ଶୌଚାଳୟ ସଫା କରିବା ପାଇଁ ଛାତ୍ରୀଙ୍କୁ ବାଧ୍ୟ କରାଯାଉଛି l ସେହିପରି ଆଡମିଶନ ସମୟରେ କୁହାଯାଇଥିବା କୋର୍ସ ଫି ଠାରୁ ବର୍ତ୍ତମାନ ଅଧିକ ଫି ପୈଠ କରିବା ପାଇଁ କୁହାଯାଉଛି l ଅନ୍ୟପଟେ ଏହି ନର୍ସିଂ କଲେଜରେ ଭଲ ଭାବରେ ପାଠ ମଧ୍ୟ ପଢା ଯାଉନାହିଁ l

ନର୍ସିଂ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ତ

ତେଣୁ ଏନେଇ ତଦନ୍ତ କରାଯାଇ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ସହ ପ୍ରଥମ ବର୍ଷ ଛାତ୍ରୀଙ୍କ ପାସ ସାର୍ଟିଫିକେଟ ପ୍ରଦାନ କରିବାର ବ୍ୟବସ୍ଥା କରାଗଲେ ସେମାନେ ଅନ୍ୟ ସ୍ଥାନରେ ଭଲ କଲେଜରେ ଆଡ଼ମିସନ ନେବେ ବୋଲି ଚେତାବନୀ ଦେଇଛନ୍ତି l ଉପଜିଲ୍ଲାପାଳଙ୍କୁ ଭେଟି ଉକ୍ତ ସେଣ୍ଟରକୁ ଯିବାରୁ ସେଠାରେ କେହି ନ ବାହାରିବାରୁ ଛାତ୍ରୀ ଓ ଅଭିଭାବକମାନେ ପୋଲିସକୁ ଡ଼କାଇଥିଲେ । ପୋଲିସ ପହଁଚି ବୁଝାସୁଝା କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.