ଝାରସୁଗୁଡାରୁ 5 ଆନ୍ତଃ ଜିଲ୍ଲା ଠକ ଗିରଫ

author img

By

Published : Sep 7, 2022, 8:00 AM IST

5 ଆନ୍ତଃ ଜିଲ୍ଲା ଠକ ଗିରଫ

ହନୁମାନ ପଇସା କିଣିବା ପାଇଁ ଲୋଭରେ ଏକ ଲକ୍ଷ ଟଙ୍କା ଠକେଇର ଶିକାର । ଅଭିଯୋଗ ପରେ 5 ଜଣିଆ ଆନ୍ତଃ ଜିଲ୍ଲା ଠକଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା: ହନୁମାନ ପଇସା କିଣିବା ପାଇଁ ଲୋଭରେ ଏକ ଲକ୍ଷ ଟଙ୍କା ଠକେଇର ଶିକାର । ଅଭିଯୋଗ ପରେ 5 ଜଣିଆ ଆନ୍ତଃ ଜିଲ୍ଲା ଠକଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି । ଲୁଟେରାଙ୍କ ଠାରୁ ଗୋଟିଏ କାର, ବାଇକ, 5ଟି ମୋବାଇଲ, ଏଟିଏମ୍ କାର୍ଡ ଓ ନବେ ହଜାର ଟଙ୍କା ପୋଲିସ ଜବତ କରିଛି ।

5 ଆନ୍ତଃ ଜିଲ୍ଲା ଠକ ଗିରଫ

ସୂଚନାନୁସାରେ, ସୁନ୍ଦରଗଡର ସୋନୁ କୁମ୍ଭାର ନାମକ ଠକ ରବିନ୍ଦ୍ରଙ୍କ ସହ ବନ୍ଧୁତା କରିବା ପରେ ଏକ ଲକ୍ଷ ଟଙ୍କାରେ ହନୁମାନ ପଇସା କିଣିବା ପାଇଁ ଲଇକେରା ଯିବା ବାଟରେ 4 ଜଣ ଲୁଟେରା ଛପି ରହି ଉକ୍ତ ଏକ ଲକ୍ଷ ଟଙ୍କା ଲୁଟ କରି ମୋବାଇଲ ଲୁଟି ନେଇଥିଲେ । ଏନେଇ ଝାରସୁଗୁଡା ଥାନାରେ ଅଭିଯୋଗ ହେବାରୁ ଏହି 5 ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟେରାମାନେ ହନୁମାନ ପଇସା ବୋଲି ଭୂଆଁ ବୁଲାଇ ଟଙ୍କା ଳୁଟୁଥିବା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.