Vigilance Raid: ଭିଜିଲାନ୍ସ ଜାଲରେ ବଡ଼ଚଣା ଏବିଇଓ ଓ କନିଷ୍ଠ କିରାଣୀ

author img

By

Published : Nov 29, 2022, 6:23 PM IST

Updated : Nov 29, 2022, 6:54 PM IST

Vigilance Raid: ଭିଜିଲାନ୍ସ ଜାଲରେ ବଡ଼ଚଣା ଏବିଇଓ ଓ କନିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ବଡ଼ଚଣା ଏବିଇଓ ଓ କନିଷ୍ଠ କିରାଣୀ । ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ବଡ଼ଚଣା ଏବିଇଓ ଓ କନିଷ୍ଠ କିରାଣୀ । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ

ଯାଜପୁର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜିଲ୍ଲାର ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ (Vigilance raids on Badachana ABEO) ଓ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଅତିରିକ୍ତି ବ୍ଲକ ଶିକ୍ଷାଧିକାରୀ କିରାଣୀ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଛି କଟକ ଭିଜିଲାନ୍ସ ଟିମ ।

Vigilance Raid: ଭିଜିଲାନ୍ସ ଜାଲରେ ବଡ଼ଚଣା ଏବିଇଓ ଓ କନିଷ୍ଠ କିରାଣୀ

ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ । ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବିଇଓ ଅମୀୟ କୁମାର ଦାସ ଓ କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକଙ୍କୁ ଭିଜିଲାନ୍ସ ବିଭାଗର ଟିମ କଟକ ସ୍ଥିତ କାର୍ଯ୍ୟାଳୟକୁ ଉଠାଇ ନେଇଥିବା ସୂଚନା ମିଳିଛି । ଆଜି ଭିଜିଲାନ୍ସ ଟିମ ବଡ଼ଚଣା ବିଇଓ ଅଫିସରେ ପହଞ୍ଚି ଏବିଇଓ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲେ।

ଏହା ବି ପଢନ୍ତୁ- ୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଅନ୍ୟପଟେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ବଡ଼ଚଣା କଡେଇ ଶାସନ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି । ଆୟବହିର୍ଭୁତ ସମ୍ପତି ଠୁଳ ଥିବା ନେଇ ଭିଜିଲାନ୍ସ ଅଧିକ ଯାଞ୍ଚ ଚଳାଇଛି । ସେହିପରି ବଡ଼ଚଣା ଶୁକଦେଇପୁରସ୍ଥିତ କନିଷ୍ଠ କିରାଣୀ ସୁଧାଂଶୁ ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରିଛି । ସେହିପରି ଏବିଇଓଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଯାଜପୁର

Last Updated :Nov 29, 2022, 6:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.