ETV Bharat / state

ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

author img

By

Published : Aug 8, 2021, 9:58 PM IST

ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ
ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ଲିଙ୍ଗେଶ୍ବର ଘାଟକୁ ଗାଧୋଇବାକୁ ଯାଇ ଯୁବକଙ୍କର କୌଣସି ପତ୍ତା ମିଳିପାରି ନାହିଁ । ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

ଯାଜପୁର: ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହେଲେ ଯୁବକ । ସୂଚନାନୁଯାୟୀ ବାଲେଶ୍ବର ଅଞ୍ଚଳର ଯୁବକ ଜଣକ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ପାଣିକୋଇଲି ଥାନାଧିକାରୀ ସୁଶୀଲ କୁମାର ନାୟକ ଏବଂ ଓଡ୍ରାଫ୍ ଟିମ୍ , ଅଗ୍ନିଶମ ବିଭାଗ ସମେତ ଲିଙ୍ଗେଶ୍ବର କମିଟି ପହଞ୍ଚି ଲିଙ୍ଗେଶ୍ବର ଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ତେବେ ଘଟଣାସ୍ଥଳରେ ଯୁବକଙ୍କ ପତ୍ତା ମିଳି ପାରିନଥିବା ବେଳେ ତାଙ୍କ ଯୁବକଙ୍କ ପ୍ୟାଣ୍ଟ୍ , ସାବୁନ, ତେଲ ଘାଟରେ ପଡିଥିବା ନେଇ ଦେଖିବାକୁ ମିଳିଛି ।ସେପଟେ ଥାନାଧିକାରୀ ଯୁବକଙ୍କ ଗାଡ଼ିଟିକୁ ଥାନାକୁ ନେଇଥିବା ବେଳେ କଳିଙ୍ଗନଗର ଓଡ୍ରାଫ ଟିମ କୋରେଇ, ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ମଧ୍ୟ ନିଖୋଜ ଥିବା ଯୁବକଙ୍କର କୌଣସି ପତ୍ତା ମିଳିପାରିନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.