ETV Bharat / state

ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ

author img

By

Published : Oct 24, 2022, 1:09 PM IST

student committed suicide at college hostel in jajpur
ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ

ଯାଜପୁରର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି । ଅଧିକ ପଢ଼ନ୍ତୁ

ଯାଜପୁର: ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା । ଯାଜପୁର ଜିଲ୍ଲା ଦଳା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା

ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଗ୍ରାମର ଚତୁର୍ଭୁଜ ଓଝାଙ୍କ ପୁଅ ତ୍ରିଲୋଚନ ଓଝା ଏକ ଘରୋଇ କଲେଜରେ ପାଠ ପଢ଼ିବା ପାଇଁ ଦଳା ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ । ରବିବାର ବିଳମ୍ବିତ ରାତିରେ କୌଣସି ପ୍ରକାର ମାନସିକ ଚାପରେ ଆସି ତ୍ରିଲୋଚନ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖି ହଷ୍ଟେଲରେ ରହୁଥିବା ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତୁରନ୍ତ ତାଙ୍କୁ ଯାଜପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତର ତ୍ରିଲୋଚନଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା

କଲେଜ ପକ୍ଷରୁ ଯାଜପୁର ରୋଡ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଘଟଣାର ତଦନ୍ତ ଶେଷ ହେଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.