ETV Bharat / state

ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା

author img

By

Published : Oct 12, 2022, 10:52 AM IST

ନବବିବାହିତା ମହିଳାଙ୍କ ଆତ୍ମହତ୍ୟା । ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝରାପୁର ଥାନା ଅନ୍ତର୍ଗତ ପ୍ରୀତିପୁର ଗାଁରେ । ଅଧିକ ପଢ଼ନ୍ତୁ

ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା
ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା

ଯାଜପୁର: ନବବିବାହିତା ମହିଳାଙ୍କ ଆତ୍ମହତ୍ୟା। ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝରାପୁର ଥାନା ଅନ୍ତର୍ଗତ ପ୍ରୀତିପୁର ଗାଁରେ । ମୃତ ମହିଳା ଜଣକ ହେଲେ ପ୍ରୀତିପୁର ଗାଁର ବିର କିଶୋରଙ୍କ ଝିଅ ମାନିନୀ।

ନାଳକୁ ଡେଇଁ ଆତ୍ମହତ୍ୟା କଲେ ନବବିବାହିତା ମହିଳା

ସୂଚନାନୁସାରେ ମାନିନୀ ଗତ ୬ମାସ ତଳେ ମାର୍କଣ୍ଡପୁର ଗ୍ରାମର ଶ୍ରୀକାନ୍ତ ଜେନାଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ହେଲେ ବିବାହର ଏକ ମାସ ପରେ ମାନିନୀ ବାପଘରେ ରହି କମ୍ପ୍ୟୁଟର କ୍ଲାସ କରୁଥିଲେ । ସବୁ କିଛି ଠିକଠାକ ଚାଲୁଥିବା ବେଳେ ଗତକାଲି(ମଙ୍ଗଳବାର) କୌଣସି କାରଣବଶତଃ କମ୍ପ୍ୟୁଟର କ୍ଲାସ ଯିବା ବାଟରେ ବନ୍ଧମୁଣ୍ଡା ପୋଲରେ ନିଜ ବ୍ୟାଗ ରଖି ମାନିନୀ ନାଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ତେବେ ସେହି ବାଟ ଦେଇ ଯାଉଥିବା ଗାଁର କିଛି ଲୋକ ନାଳରେ ଏକ ମୃତଶରୀର ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ନାଳ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ମୃତଦେହଟି ବିରକିଶୋରଙ୍କ ଝିଅ ମାନିନୀର ବୋଲି ଜଣାପଡ଼ିଥିଲା । ପରେ ମୃତ ମାନିନୀଙ୍କ ଘରକୁ ଖବର ଦିଆଯାଇଥିଲା । ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଝିଅର ମୃତଦେହ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ବାପଘର ଲୋକେ । ଖବରପାଇ ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

ତେବେ ଏଯାବତ କୌଣସି କାରଣ ଜଣାପଡ଼ିନି ଯେ କେଉଁ କାରଣ ପାଇଁ ମହିଳା ଜଣକ ଏଭଳି ନିଷ୍ପତ୍ତି ନେଲେ । ଏନେଇ ପୋଲିସ ପଚରାଉଚରା କରୁଥିଲେ ମଧ୍ୟ କୌଣସି ସଠିକ ଉତ୍ତର ପାଇପାରିନି । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ କହିଛି । ଅନ୍ୟପକ୍ଷରେ ମାନିନୀ ବିବାହିତା ଥିଲେ ତାଙ୍କ ବୈବାହିକ ଜୀବନ କିଭଳି ଥିଲା ତାହାର ଖୋଳତାଡ଼ କରିବ ପୋଲିସ ।

ବାହାଘରର ମାସକ ପରେ କେଉଁ କାରଣରେ ମହିଳା ଜଣକ ଆସି ବାପଘରେ ରହି ପାଠପଢୁଥିଲେ । ନିଜର ବୈବାହିକ ଜୀବନକୁ ନେଇ ମାନିନୀ ଖୁସିରେ ନଥିଲେ କି ? ଏଭଳି ଅନେକ ପ୍ରଶ୍ନ ଏବେ ପୋଲିସ ମନରେ ଉଙ୍କି ମାରୁଛି । ସେପେଟେ ମାନିନୀଙ୍କ ମୃତ୍ୟୁକୁ ନେଇ ଏବେ ଯାଏଁ ତାଙ୍କ ସ୍ବାମୀଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.