ETV Bharat / state

କଲେଜ ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

author img

By

Published : Apr 26, 2023, 8:43 PM IST

Updated : Apr 26, 2023, 9:22 PM IST

ଯାଜପୁର ଜାଭିଅର କଲେଜର ନର୍ସିଂ 2ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଯାଜପୁର ଜାଭିଅର କଲେଜର ନର୍ସିଂ 2ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପୁଣି ସାମ୍ନକୁ ଆସିଲା ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲା । ଯାଜପୁର ଜାଭିୟର କଲେଜର ନର୍ସିଂ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

ଯାଜପୁର ଜାଭିଅର କଲେଜର ନର୍ସିଂ 2ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର: ପୁଣି କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ରୋଡ ଥାନା ଯୋଡ଼ାବର ସ୍ଥିତ ଜାଭିଅର କଲେଜର ନର୍ସିଂ ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଛାତ୍ରୀ ଜଣଙ୍କର ଘର ଭଦ୍ରକ ଜିଲ୍ଲାର ଧୁଷୁରୀ ଗାଁରେ । ମୃତଛାତ୍ରୀ ଜଣଙ୍କ ଧୁଷୁରୀ ଗାଁର ନନ୍ଦ କିଶୋର ସାହୁଙ୍କର ଝିଅ ସୁଶ୍ରୀ ନିବେଦିତା ସାହୁ ବୋଲି ଜଣାପଡ଼ିଛି । ସୁଶ୍ରୀ ଯାଜପୁର ରୋଡ ଥାନା ଯୋଡାବର ସ୍ଥିତ ଜାଭିୟର କଲେଜରେ ନର୍ସିଂ ପାଠ ପଢୁଥିଲେ ।

ସୂଚନାନୁଯାୟୀ, ସୁଶ୍ରୀ କଲେଜର ଛୁଟିରେ ଗତ କିଛିଦିନ ହେବ ଘରକୁ ଯାଇଥିଲେ । ଘରେ ଛୁଟି କାଟିବା ପରେ ବୁଧବାର ସକାଳୁ ସକାଳୁ ଘରୁ ଆସି କଲେଜରେ ପହଞ୍ଚିଥିଲେ । କୌଣସି କାରଣରୁ ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁଥିବା ନିଜ ରୁମକୁ ବନ୍ଦ କରି ରଖିଥିଲେ । ଆନେକ ସମୟଧରୀ ଛାତ୍ରୀ ନିଜ କବାଟ ଖୋଲି ନଥିଲେ । ହଷ୍ଟେଲର କର୍ମଚାରୀମାନେ କବାଟ ବାଡେଇ ଥିଲେ । କିନ୍ତୁ ଛାତ୍ରୀ ଜଣକ କବାଟ ନଖୋଲିବାରୁ ହଷ୍ଟେଲ୍‌ କର୍ତ୍ତୃପକ୍ଷ କବାଟକୁ ଭାଙ୍ଗି ଦେଇଥିଲେ ।

ହଷ୍ଟେଲ୍‌ ରୁମ୍‌ ଭିତରେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ହଷ୍ଟେଲ କର୍ତ୍ତୃପକ୍ଷ । ତୁରନ୍ତ ଛାତ୍ରୀଙ୍କୁ ଉଦ୍ଧାର କିର ହଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବର ପାଇ ଯାଜପୁର ରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ ଓ ଥାନା ଅଧିକାରୀଙ୍କ ସମେତ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଅଧିକ ପଢ଼ନ୍ତୁ: Summer Cyclone Preparations Meeting: ମ୍ୟାନ ପାୱାର, ମେସିନାରୀ ଓ ମନିକୁ ଗୁରୁତ୍ୱ

ତେବେ ପ୍ରାପ୍ତ ସୂଚନା ଅନୁଯାୟୀ ମୃତ ଛାତ୍ରୀଙ୍କ ପରିବାର ଲୋକେ କଲେଜରେ ପହଞ୍ଚିଥିବା ବେଳେ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା ଆରମ୍ଭ କରିଛି । ଏହାସହ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ଏହି ଘଟଣାକୁ ନେଇ ପରିବାର ଲୋକେ କଲେଜକୁ ଦାୟୀ କରିଛନ୍ତି । ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ଯାଜପୁର

Last Updated :Apr 26, 2023, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.