ETV Bharat / state

ଚାଲିଛି ମା’ ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା, ଜମୁଛି ଭକ୍ତଙ୍କ ଗହଳି

author img

By

Published : Sep 28, 2022, 4:14 PM IST

Updated : Sep 28, 2022, 5:50 PM IST

ଚାଲିଛି ମା ବିରଜାଙ୍କ ପ୍ରସିଦ୍ଧ ରଥାଯାତ୍ରା, ଜମୁଛି ଭକ୍ତଙ୍କ ଗହଳି
ଚାଲିଛି ମା ବିରଜାଙ୍କ ପ୍ରସିଦ୍ଧ ରଥାଯାତ୍ରା, ଜମୁଛି ଭକ୍ତଙ୍କ ଗହଳି

ଚାଲିଛି ମା ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା । ଜମୁଛି ଭକ୍ତଙ୍କ ଗହଳି । ଯାଜପୁରର ମା’ ବିରଜା ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ମା'ଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ଅଧିକ ପଢନ୍ତୁ

ଯାଜପୁର: ସୋମବାର ଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜାରେ ସକାଳୁ ମା'ଙ୍କୁ ସିଂହାସନରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଏଠାରେ ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମା' ଜଗତଜନନୀ । ପ୍ରତ୍ୟେକ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି, ହେଲେ ଏହି ନବଦିନାତ୍ମକ ପୂଜାରେ ବିରଜା ପୀଠର ସ୍ବତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା(Rath Yatra of Maa Biraja) । ଯାହାକି ଅନ୍ୟ କୌଣସି ପୀଠରେ ଦେଖିବାକୁ ମିଳିନଥାଏ । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରୁ ମା' ବିରଜାଙ୍କ ରଥଟଣା ଆରମ୍ଭ ହୋଇଛି । ବିଶ୍ବାସ ରହିଛି, ମା'ଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ।

ଚାଲିଛି ମା’ ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା

ସୋମବାର ଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ବଡି ଭୋର୍‌ରୁ ମା'ଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ମା'ଙ୍କ ମୁଖ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟାରେ ମା'ଙ୍କ ରଥଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ଚାଲିଛି ମା ବିରଜାଙ୍କ ପ୍ରସିଦ୍ଧ ରଥାଯାତ୍ରା ।

ଏହାମଧ୍ୟ ପଢନ୍ତୁ: ଗୀତ ଗାଇ ଭାରତୀୟ ସଂସ୍କୃତି ଓ ଭାଇଚାରାର ବାର୍ତ୍ତା ଦେଲେ ଥାନାଧିକାରୀ

ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ରଥଯାତ୍ରାରେ ଭକ୍ତଙ୍କୁ ସାମିଲ କରାଯାଇନଥିଲା । ମାତ୍ର ଚଳିତ ବର୍ଷ ମା'ଙ୍କ ରଥଯାତ୍ରାକୁ କଟକଣା ମୁକ୍ତ କରାଯାଇଛି । ଫଳରେ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ କରାଯାଇଥିବାରୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ବାସ ରହିଛି ଏହି ନବରାତ୍ରରେ ମା'ଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିପାଇଁ ଦୂର ଦୂରାନ୍ତରୁ ପବିତ୍ର ବିରଜା ପୀଠକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁମାନେ ମା'ଙ୍କ ମୁଖ ଦର୍ଶନ ପରେ ବେଶ ଆନନ୍ଦ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପବିତ୍ର ମହାଳୟା, ଚଳଚଞ୍ଚଳ ମାଆ ବିରଜା କ୍ଷେତ୍ର

ମା' ବିରଜାଙ୍କ ପୀଠରେ ନବରାତ୍ର ପୂଜାରେ ସ୍ବତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ପ୍ରତିପଦା ଠାରୁ ମା'ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ସୋମବାର ଠାରୁ ୮ ଦିନ ପର୍ଯ୍ୟନ୍ତ ମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା କରିବେ ମା' । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳୁନଥାଏ । ଏଥିଯୋଗୁଁ ମା' ବିରଜାଙ୍କୁ ଦର୍ଶନ କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ମା'ଙ୍କ ପୀଠରେ ଚାଲିଥିବା ଏହି ସ୍ବତନ୍ତ୍ର ପୂଜା ଓ ରଥଯାତ୍ରା ଯୋଗୁଁ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।


ଇଟିଭି ଭାରତ, ଯାଜପୁର

Last Updated :Sep 28, 2022, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.